Latest Odisha News

BREAKING NEWS

ଘରୁ ତଡ଼ିଦେଲେ ପରିବାର, ପକ୍ଷାଘାତ ବନ୍ଧୁଙ୍କୁ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଲା ବନ୍ଧୁ

ପୁରୀ : ‘ବନ୍ଧୁତା’ ଏପରି ଏକ ସମ୍ପର୍କ ଯାହା ସମସ୍ତ ସମ୍ପର୍କଠାରୁ ଉର୍ଦ୍ଧ୍ୱରେ । କଥାରେ ଅଛି  ବିପଦ ସମୟରେ ଯିଏ ଆମକୁ ସହାୟତା କରିଥାଏ ସେ ହିଁ ଆମର ପ୍ରକୃତ ବନ୍ଧୁ । ତେବେ ଏଭଳି ଏକ ନିଚ୍ଛକ ବନ୍ଧୁତ୍ୱର ସମ୍ପର୍କ ଦେଖିବାକୁ ମିଳିଛି ଏହି ଦୁହିଁଙ୍କ ଭିତରେ । ଏହି ଦୁଇ ବନ୍ଧୁଙ୍କ ବନ୍ଧୁତା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଆମେ କହୁଛୁ ବୃଦ୍ଧ ଦେବେନ୍ଦ୍ର ଓ ବେଦାନ୍ତ ଚୈତ୍ରଙ୍କ କଥା ।

ଦେବେନ୍ଦ୍ରଙ୍କ ବୟସ ୮୫ । କୋଲକତାର ହାଓଡ଼ାରେ ରୁହନ୍ତି ଦେବେନ୍ଦ୍ରନାଥ ପାରମାଣିକ । ପୁଅ, ଝିଅ , ନାତି ନାତୁଣୀଙ୍କୁ ନେଇ ସଂସାର । ମଝିରେ ମଝିରେ ପୁରୀ ଯିବା ଆସିବା ଭିତରେ ପଶ୍ଚିମବଙ୍ଗର ବେଦାନ୍ତ ଚୈତନ୍ୟଙ୍କ ସହ ପରିଚିତ ହୁଏ । ବେଦାନ୍ତଙ୍କ ବୟସ ମଧ୍ୟ ୬୨। ପୁରୀ ରେଣୁକା ଗଳି ସମ୍ମୁଖ ବେଳାଭୂମିରେ ଏକ ଟ୍ରଲିରେ ଜଳଖିଆ ବିକନ୍ତି ବେଦାନ୍ତ । ଆଉ ପୁରୀ ମଠରେ ଭଡାନେଇ ରୁହନ୍ତି । ଉଭୟ ପଶ୍ଚିମବଙ୍ଗର ହୋଇଥିବାରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଗଢ଼ିଉଠିଥିଲା । କିଛି ଦିନ ମଧ୍ୟରେ ଦେବେନ୍ଦ୍ରଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଲା ।

କରୋନା ସମୟରେ ଦେବେନ୍ଦ୍ରଙ୍କୁ ତା ପରିବାର ଲୋକେ ଘରୁ ତଡ଼ିଦେଲେ । ଶେଷରେ ଧାଇଁ ଆସିଥିଲେ ବନ୍ଧୁ ପାଖକୁ । ଅଳ୍ପ ଦିନର ବନ୍ଧୁତା ଭିତରେ ଦୁହେଁ କିନ୍ତୁ ଦୁହିଁଙ୍କୁ ଠିକ ଚିହ୍ନି ପାରିଥିଲେ । ବନ୍ଧୁ ପାଖରେ ଆଶ୍ରୟ ନେବା ଭିତରେ ଶଯ୍ୟାଶାୟୀ ହୁଅନ୍ତି ଦେବେନ୍ଦ୍ର । ଆଉ ବନ୍ଧୁ ସେବା କରନ୍ତି ବେଦାନ୍ତ । ସବୁଦିନ ଚାଲିଥିଲା ଠିକ୍‌ ଠାକ୍‌ । ହେଲେ ଗତ ରାତିର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଦେଖଣାହାରୀ । ରାତି ପ୍ରାୟ ଗୋଟାଏରେ ଦେବେନ୍ଦ୍ର ହଠାତ ଅସୁସ୍ଥ ହେବାରୁ ତାଙ୍କୁ ନିଜ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଇଯାଆନ୍ତି ବେଦାନ୍ତ ।ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲାବେଳେ ଜଣାପଡେ ଯେ ସେ ପକ୍ଷାଘାତର ଶିକାର ହୋଇଛନ୍ତି । ବେଦାନ୍ତ କୁହନ୍ତି ଯେ ରାତିରେ ଗାଡି ମିଳିନଥିଲା । ଆମ୍ବୁଲାନ୍ସ ସେବା ବିଷୟରେ ସେ ଅବଗତ ନୁହନ୍ତି ।

(ଫାଭିଓ) ଯେତେବେଳ ନିଜ ଜନ୍ମିତ ପୁଅ ନିଜ କର୍ତ୍ତବ୍ୟ ଭୁଲି ପର କରିଦିଏ ସେହି ସମୟରେ ଏଇ କେହି ଦିନର ବନ୍ଧୁର ଏପରି ସାହାଯ୍ୟ ସତରେ ହୃଦୟସ୍ପର୍ଶୀ  । ଏମିତି ବନ୍ଧୁ ସମସ୍ତଙ୍କୁ ମିଳୁ । ବନ୍ଧୁ ତ.. ନୁହେଁ ! ସାକ୍ଷାତ ଦେବଦୂତ …ପୁରୀରୁ ସନ୍ତୋଷ କୁମାର ଦାସଙ୍କ ରିପୋର୍ଟ

 

Comments are closed.