Latest Odisha News

କଟକ: ନବଜାତ ଶିଶୁକୁ କୁଆ-କୁକୁର ଝୁଣି ଖାଇଲେ, ମୃତଦେହ ଉଦ୍ଧାର

କଟକ : କଟକ ଜିଲ୍ଲା ଚୌଦ୍ୱାର ନିକଟବର୍ତ୍ତୀ ମଙ୍ଗୁଳିଛକରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁର କାମୁଡ଼ି ଖାଉଥିବା ବେଳେ ପୋଲିସ ଶବକୁ ଉଦ୍ଧାର କରିଛି । ଏହି ହୃଦୟବିଦାରକ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି ।

ରାସ୍ତାକଡ଼ରେ ଏକ ନବଜାତ ଶିଶୁକୁ କୁଆ ଓ କୁକୁରମାନେ ଝୁଣି ଖାଉଥିବା ବେଳେ ରାସ୍ତାରେ ଯାଉଥିବା କିଛି ଲୋକ ପ୍ରଥମେ ଏହା ଦେଖି ପୋଲିସକୁ ଜଣାଇଥିଲେ ।

ପୋଲିସ ଘଟଣାସ୍ଥଳକୁ ଆସି ନବଜାତ ଶିଶୁର କ୍ଷତବିକ୍ଷତ ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି ।

ଏହି ଛୁଆଟି କାହାର ବୋଲି ଜଣାପଡ଼ିନଥିଲେ ମଧ୍ୟ ଶିଶୁଟି ଜନ୍ମହେବା ପରେ ପରେ ତାକୁ କେହି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବାର ସନ୍ଦେହ କରୁଛନ୍ତି ଆଖପାଖର ଲୋକମାନେ । ଛୁଆଟିକୁ କିଏ ଫିଙ୍ଗିଛି ତାହା ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.