Latest Odisha News

BREAKING NEWS

ରାଉରକେଲାରୁ ଧରାପଡ଼ିଲେ ୧୧ଜଣ ଏଟିଏମ ଲୁଟେରା

ରାଉରକେଲା : ଶେଷରେ ଧରାପଡ଼ିଛନ୍ତି ଏଟିଏମ ଲୁଟେରା । ରାଉରକେଲା ପୋଲିସକୁ ମିଳିଛି ଏହି ସଫଳତା । ବୁଧବାର ସକାଳେ ରାଉରକେଲା ପୋଲିସ ୧୧ ଜଣ ଏଟିଏମ ଲୁଟେରାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ।

ଗିରଫ ହୋଇଥିବା ଏହି ୧୧ ଜଣ ଏଟିଏମ ଲୁଟେରା ଛତିଶଗଡ଼, ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।

ଏହି ଆନ୍ତଃରାଜ୍ୟ ଲୁଟେରାମାନଙ୍କ ଠାରୁ ୩ଟି କାର୍, ୪ଲକ୍ଷ ଟଙ୍କା, ୫୦ରୁ ଅଧିକ ଚୋରା ଏଟିଏମ କାର୍ଡ଼ ସହିତ ଏକ ସ୍ୱାଇପ ମେସିନ ଜବତ କରିଛି ପୋଲିସ ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ଏହି ଲୁଟେରାମାନେ ଗ୍ୟାସ କଟର ଦ୍ୱାରା ଏଟିଏମ ଭାଙ୍ଗି ରାଉରକେଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଟିଏମରୁ ଟଙ୍କା ଲୁଟ କରୁଥିଲେ ।

ଗତ ଜୁନ ୨୫ ତାରିଖରେ ଗଞ୍ଜାମର ହଳଦିପଦାର ଏସବିଆଇ ଏଟିଏମ ଭାଙ୍ଗି ପ୍ରାୟ ୫ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟିନେଇଥିଲେ ଏହି ଡ଼କାୟତମାନେ ।

Leave A Reply

Your email address will not be published.