Latest Odisha News

BREAKING NEWS

ଧମାଲ କରୁଛି ସ୍ତ୍ରୀ-୨; ଯବାନକୁ ପଛରେ ପକାଇ ବନିଲା ନଂ ୧

ମୁମ୍ବାଇ: ଧମାଲ କରୁଛି ସ୍ତ୍ରୀ-୨। ଶ୍ରଦ୍ଧା କପୁରଙ୍କ ଅଭିନୀତ ଏହି ଫିଲ୍ମ ବର୍ତ୍ତମାନ ହିନ୍ଦୀ ସିନେମାର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଏପରିକି କିଙ୍ଗ ଖାନଙ୍କ ‘ଯବାନ’କୁ ପଛରେ ପକାଇ ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ମ୍ୟାଡକ୍ ଫିଲ୍ମସ୍ ପକ୍ଷରୁ ଏହି ଦାବି କରାଯାଉଛି।

୩୪ ଦିନ ମଧ୍ୟରେ ଏହି ରେକର୍ଡ ସୃଷ୍ଟି କରିଛି ସ୍ତ୍ରୀ-୨। ରିଲିଜର ମାସକ ପରେ ୫୮୬ କୋଟି ଟଙ୍କା କଲେକ୍ସନ କରିବାରେ ସଫଳ ହୋଇଛି ଏହି ହରର୍-କମେଡି ସିନେମା । ତେବେ ଏହାପୂର୍ବରୁ ଶାହରୁଖ ଖାନଙ୍କ ‘ଜୱାନ’ ମୋଟ ୫୮୨.୩୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା । ଖୁବ୍ ଶୀଘ୍ର ସ୍ତ୍ରୀ-୨ ୬୦୦ କୋଟି ଟଙ୍କା କ୍ଲବରେ ହୋଇପାରେ।

ଶ୍ରଦ୍ଧା କପୁର, ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ସ୍ତ୍ରୀ-୨ ଇତିହାସ ସୃଷ୍ଟି କରିଛି ।  ୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ବହୁ ପୂର୍ବରୁ ଏହାର ବଜେଟ ମୂଲ୍ୟରୁ ମଧ୍ୟ ଅଧିକ ଆୟ କରିଛି ।

Leave A Reply

Your email address will not be published.