Latest Odisha News

BREAKING NEWS

ରାଜକୀୟ ଢଙ୍ଗରେ ମଇଁଷି ଉପରେ ଯାତ୍ରା କରୁଛି ବୁଲା କୁକୁର

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ବେଳେବେଳେ ଏମିତି କିଛି ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରୁ ଆମକୁ କିଛି ଶିକ୍ଷା ମିଳିଥାଏ । ସେହିପରି ଆଉ କିଛି ଭିଡ଼ିଓ ଏମିତି ଥାଏ ଯାହାକୁ ଦେଖିଲେ ଆମେ ହସିହସି ବେଦମ ହୋଇଯାଇଥାଉ । ପଶୁମାନଙ୍କର ବି ମଜାଳିଆ ଭିଡ଼ିଓ ଦେଖିବାକୁ ମିଳିଥାଏ । ଏହିପରି ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ହସି ଉଠିବେ ।

ରାସ୍ତାରେ ଗଲା ବେଳେ ଆମେ ଅନେକ ବୁଲା କୁକୁର ଦେଖିବାକୁ ପାଇଥାନ୍ତି । ସେଥିମଧ୍ୟରୁ କିଛି କୁକୁର ଲୋକଙ୍କୁ ଦେଖିଲେ କାମୁଡ଼ିବାକୁ ଗୋଡ଼ାଇଥାନ୍ତି । ଆଉ କିଛି କୁକୁର ଅନ୍ୟ ପଶୁମାନଙ୍କ ସହିତ ବନ୍ଧୁତା କରିଥାନ୍ତି । ବେଳେବେଳେ ଏହି ବନ୍ଧୁତା ଗଭୀର ହୋଇଯାଇଥାଏ । ଏପରି ଅଜବ ଦୃଶ୍ୟ ବି ଆମକୁ ଦେଖିବାକୁ ମିଳିଥାଏ । ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓ ଦେଖିଲେ ଆପଣ ହସି ହସି ଗଡ଼ିଯିବେ ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିିଛି ଯେ, ଦୁଇଟି ମଇଁଷି ରାସ୍ତାରେ ଯାଉଛନ୍ତି । ଏହି ସମୟରେ ଗୋଟିଏ କୁକୁର ଏହି ଦୁଇ ମଇଁଷି ଉପରେ ଛିଡା ହୋଇ ରାଜକୀୟ ଢଙ୍ଗରେ ଯାଉଛି । ନେତାମାନେ ଯେପରି ଗାଡ଼ିରେ ଠିଆ ହୋଇ ଶୋଭାଯାତ୍ରାରେ ଯାଇଥାନ୍ତି, ଠିକ୍ ସେହିପରି ଏହି କୁକୁରଟି ଯାଉଥିବା ଏହାକୁ ଦେଖିଲେ ଲାଗୁଛି । ପାଖରେ ଅନ୍ୟ କୁକୁରମାନେ ମଧ୍ୟ ରାସ୍ତାରେ ବୁଲୁଛନ୍ତି, ସତେ ଯେପରି କୁକୁରଟି କୌଣସି କାର୍ଯ୍ୟକ୍ରମକୁ ଶୋଭାଯାତ୍ରାରେ ଯାଉଛି । ଏହି ଭିଡିଓରେ କ୍ୟାପସନ୍ ଦିଆଯାଇଛି – ‘ପ୍ରତ୍ୟେକ କୁକୁରର ଗୋଟେ ଦିନ ଆସେ ଏହା ଶୁଣିଥିଲୁ ଆଜି ଦେଖିଲୁ ।’

ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିଛନ୍ତି । ଆଉ ଅନେକ ମଜାଦାର ମନ୍ତବ୍ୟ ମଧ୍ୟ ଦେଇଛନ୍ତି । କିଛି ଲୋକ ଏହି ଦୃଶ୍ୟକୁ ଅଜୟ ଦେବଗନଙ୍କ ଫୁଲ ଔର କାଣ୍ଟେ ପ୍ରବେଶ ଦୃଶ୍ୟ ସହିତ ତୁଳନା କରିଛନ୍ତି ।

Leave A Reply

Your email address will not be published.