Latest Odisha News

BREAKING NEWS

ଆୟର୍ଲାଣ୍ଡ ସିରିଜ ପରେ ଅବସର ନେବେ ଭୁବନେଶ୍ୱର !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅନୁଭବୀ ପେସ ବୋଲର ଭୁବନେଶ୍ୱର କୁମାର କ୍ରିକେଟରୁ ଅବସର ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଆୟର୍ଲାଣ୍ଡ ସିରିଜ ପରେ ସେ ଏହି ନିଷ୍ପତି ନେଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଏ ନେଇ ଭୁବନେଶ୍ୱର ପକ୍ଷରୁ କୌଣସି ବୟାନ ଆସି ନାହିଁ । ସେ ତାଙ୍କ ଇନଷ୍ଟାଗ୍ରାମ ବାୟୋରେ କିଛି ପରିବର୍ତନ କରିଥିଲେ । ତାହା ମଧ୍ୟରେ ଇଣ୍ଡିଆନ କ୍ରିକେଟର ବଦଳରେ ସେ ଖାଲି ଇଣ୍ଡିଆନ ଲେଖିଛନ୍ତି । ବାସ ଏହାକୁ ନେଇ ପୂର୍ବାନୁମାନ ଆରମ୍ଭ ହୋଇଯାଇଛି । ଟୁଇଟରରେ କିନ୍ତୁ ଇଣ୍ଡିଆନ କ୍ରିକେଟର ଲେଖା ରହିଛି ।

ଜଣେ ଖେଳାଳି ଯଦି ତାର ସୋସିଆଲ ମିଡିଆ ଆକାଂଉଟରେ କିଛି ପରିବର୍ତନ କରୁଛି ତାର ମାନେ ନୁହେଁ ଯେ, ସେ କ୍ରିକେଟରୁ ଅବସର ନେବେ । ଭୁବନେଶ୍ୱର ଏବେ ଭାରତୀୟ ଟିମ ପକ୍ଷରୁ କୌଣସି ଫର୍ମାଟରେ ଖେଳୁ ନାହାନ୍ତି । ୨୦୨୨ ନଭେମ୍ବରରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଚଳିତ ବର୍ଷ ତାଙ୍କୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ମଧ୍ୟ ସାମିଲ କରି ନାହିଁ । ଏହି ସବୁ କାରଣରୁ ସେ କ୍ରିକେଟରୁ ଅବସର ନେବା କଥା ଚିନ୍ତା କରୁଛନ୍ତି ବୋଲି ପ୍ରଶଂସକମାନେ ଆଶଙ୍କା କରିଛନ୍ତି ।

Leave A Reply

Your email address will not be published.