Latest Odisha News

BREAKING NEWS

ପୁରୀ ବଡଦାଣ୍ଡରେ ଉଠାଦୋକାନୀଙ୍କୁ ଥଇଥାନ ନେଇ ବିଜେପିର ଧାରଣା

ପୁରୀ: ପୁରୀ ବଡଦାଣ୍ଡରୁ ହଟିଛନ୍ତି ରାସ୍ତା କଡରେ ବେପାର କରି ଗୁଜୁରାଣ ମେଣ୍ଟାଇ ପରିବାର ପ୍ରତିପୋଷଣ କରୁଥିବା ସମସ୍ତ । ଏନେଇ ପ୍ରାଥମିକ ଭାବରେ ମରଚିକୋଟ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀ ମାନଙ୍କୁ ଉଠାଯାଇଥିଲା । ପରେ ମରଚିକୋଟ ଛକ ଠାରୁ ମାର୍କେଟଛକ ଓ ପରେ ମାର୍କେଟଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀ ମାନଙ୍କୁ ଉଠାଇ ଦିଆଯାଇଛି ।

ତେବେ ମାର୍କେଟଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ବିସ୍ଥାପିତ ଉଠାଦୋକାନୀ ମାନଙ୍କୁ ପୁର୍ନଵାର ସେହି ସ୍ଥାନରେ ଥଇଥାନ କରିବା ନେଇ ଧାରଣାରେ ବସିଛନ୍ତି ପୁରୀ ବିଜେପି । ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସହ ବିଜେପି କର୍ମୀ ଓ ମାର୍କେଟ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ବିସ୍ଥାପିତ ଉଠା ଦୋକାନୀ ମାନେ ଧାରଣାରେ ବସି ନିଜ ହକ୍ ପାଇଁ ଜିଦ୍ ଧରିଛନ୍ତି । ପୂର୍ବରୁ ମଧ୍ୟ ଉଠାଦୋକାନୀଙ୍କ ସମସ୍ୟା ସମାଧାନ ପାଇଁ ବିଜେପି ତରଫରୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିଲା ।

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଜିଲ୍ଲାପାଳଙ୍କ ସହ ଉଠାଦୋକାନୀ ମାନେ ଭୋଗୁଥିବା ନାନାଦି ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବିସ୍ଥାପିତ ଉଠାଦୋକାନୀ ମାନଙ୍କୁ ତୁରନ୍ତ ସେମାନଙ୍କ ଜାଗାରେ ପୁର୍ନବାର ଥଇଥାନ କରାନଗଲେ ଆନ୍ଦୋଳନ ତୀବ୍ରତର ହେବାସହ ଅହରାତ୍ର ଆନ୍ଦୋଳନ କରିବାକୁ ବିଧାୟକ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.