Latest Odisha News

BREAKING NEWS

ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ମାଗିଲେ ମାଓବାଦୀ

ରାୟଗଡା: ମମିତା ମେହେର ହତ୍ୟା ମାମଲାକୁ ନେଇ ସରଗରମ ରହିଛି ଓଡିଶାର ରାଜନୈତିକ ମହଲ । ବିରୋଧ ଓ ପ୍ରତି-ବିରୋଧକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ତେବେ ଏହି ମାମଲାରେ ଏବେ ମାଓବାଦୀ ସଙ୍ଗଠନ ବି ସାମିଲ ହୋଇଛନ୍ତି । ପୋଷ୍ଟର ମାରିବା ସହ ମମିତାଙ୍କୁ ନ୍ୟାୟ ଦେବା ଲାଗି ଦାବି କରିଛନ୍ତି ନାଗାବଳୀ ଘୁମୁସୁର ମାଓବାଦୀ ସଙ୍ଗଠନ ।

ମୁନିଗୁଡା ବ୍ଲକ କୁମୁଡାବାଲି ବ୍ରିଜ ନିକଟସ୍ଥ ଆମ୍ବଗଛରେ ଲାଗିଛି ମାଓ ପୋଷ୍ଟର । ଏହି ପୋଷ୍ଟରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ମମିତା ହତ୍ୟା ମାମଲାରେ ଦୋଷୀକୁ ଦଣ୍ଡ ଦିଅ, ନଚେତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ । ଏପରିକି ନାରୀ ସୁରକ୍ଷା କ୍ଷେତ୍ରରେ ଓଡିଶା ପ୍ରଶାସନ ଫେଲ ମାରିଥିବା ନେଇ ନାଗାବଳୀ ଘୁମୁସୁର ମାଓବାଦୀ ସଙ୍ଗଠନ ଅଭିଯୋଗ କରିଛି । କିଛି ପୋଷ୍ଟରରେ ମମିତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଲାଗି ମଧ୍ୟ ଦାବି ହୋଇଛି ।

ଏହି ଘଟଣା ବିଷୟରେ ଜାଣିବା ପରେ ବିଷମକଟକ ଏସଡିପିଓ ପୋଷ୍ଟରଗୁଡକୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । ତେବେ ଏ କଥାକୁ ଭୁଲିଯିବା ଉଚିତ ନୁହେଁ ଯେ, ମମିତାଙ୍କ ହତ୍ୟା ମାମଲାରେ ସାରା ଓଡିଶା ସମେତ ଏବେ ମାଓବାଦୀମାନେ ବି ନ୍ୟାୟ ମାଗିବା ପାଇଁ ଆଗେଇ ଆସିଛନ୍ତି ।

Leave A Reply

Your email address will not be published.