Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ସଚିନ, କୋହଲି ଓ କପିଳଙ୍କ ନାମରେ ରାସ୍ତା

ମେଲବୋର୍ଣ୍ଣ: ଭାରତର ଷ୍ଟାର କ୍ରିକେଟରଙ୍କ ନାମରେ ପଶ୍ଚିମ ମେଲବୋର୍ଣ୍ଣରେ କେତେଗୁଡିଏ ରାସ୍ତାର ନାମକରଣ କରାଯାଇଛି । ସଚିନ ତେନ୍ଦୁଲକର, ବର୍ତମାନର ଅଧିନାୟକ ବିରାଟ କୋହଲି ଓ କପିଳ ଦେବଙ୍କ ନାମରେ ରାସ୍ତାଗୁଡିକୂ ତେନ୍ଦୁଲକର ଡ୍ରାଇଭ, କୋହଲି କ୍ରେସେଂଟ, ଦେବ ଟେରସ ନାମରେ ନାମିତ କରାଯାଇଛି ।

ଏହା ବ୍ୟତୀତ ଅନ୍ୟ ବିଦେଶୀ ଖେଳାଳିଙ୍କ ନାମରେ ମଧ୍ୟ ରାସ୍ତା ରହିଛି । ମେଲଟନ, ମେଲବୋର୍ଣ୍ଣ, ଭିକ୍ଟୋରିଆ ସହରରେ ଏହି ସବୁ ରାସ୍ତା ଓ ଗଳିଗୁଡିକ ଦେଖିବାକୁ ମିଳିଛି । ରିୟଲ ଇଷ୍ଟେଟ କମ୍ପାନୀଗୁଡିକ ସେଠାରେ ଥିବା ଭାରତୀୟଙ୍କୁ ଆକୃଷ୍ଟ କରିବା ପାଇଁ ଏ ଭଳି ନାମ ରଖୁଛନ୍ତି । ଯାହାର ଫାଇଦା ମଧ୍ୟ ସେମାନେ ଉଠାଉଛନ୍ତି ।

Leave A Reply

Your email address will not be published.