Latest Odisha News

ବିଜେଡି କର୍ପୋରେଟରଙ୍କ ପାଇଁ କଟକଣା, ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ମନା

ଭୁବନେଶ୍ୱର: ବିଜେଡି କର୍ପୋରେଟର ବିବାଦ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଏମସି ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି। ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ବିନା କେହି ମୁହଁ ଖୋଲି ପାରିବେ ନାହିଁ ବୋଲି କଡ଼ା କଟକଣା ଜାରି କରାଯାଇଛି। ଭୁବନେଶ୍ବର ବିଜେଡି ସଭାପତି କଟକଣା ଜାରି କରିଛନ୍ତି।

ଭୁବନେଶ୍ବର ଉତ୍ତର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ପକ୍ଷରୁ କଟକଣା ଜାରି ହୋଇଥିବା ସୂଚନା ରହିଛି। ଏନେଇ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦଳର ବିନା ଅନୁମତି ବିନା ଗଣମାଧ୍ୟମରେ କୌଣସି ମତ ରଖିପାରିବେ ନାହିଁ। ବିଏମସି କର୍ପୋରେଟର ଅଲଗା ଅଲଗା ବୈଠକ ପରେ ଭୁବନେଶ୍ବର ବିଜେଡି ଭାଙ୍ଗିଯିବା ନେଇ ଚର୍ଚ୍ଚା ବଢ଼ିଛି। ଆଉ ଏସବୁ ଭିତରେ ଗଣମାଧ୍ୟମରେ କର୍ପୋରେଟର ପ୍ରତିକ୍ରିୟା ରଖିବା ନେଇ ଅଙ୍କୁଶ ଲଗାଇଛନ୍ତି ଜିଲ୍ଲା ସଭାପତି।

ଅନ୍ୟପଟେ ବିଜେଡି କର୍ପୋରେଟର ବିବାଦ ନେଇ ଚର୍ଚ୍ଚା ଭିତରେ ଆଜି ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ସମସ୍ତ କର୍ପୋରେଟର ଏକାଠି ଅଛୁ । ସବୁ ବିଜେଡି କର୍ପୋରେଟର ଏକାଠି ଅଛନ୍ତି। ଯେଉଁମାନେ ବିଭୀଷଣ କଥା କହୁଛନ୍ତି ସେକଥା ସେମାନେ କହିପାରିବେ। କାହାର ବ୍ୟକ୍ତିଗତ ରାଗରୁଷା ରହିଛି ସେ ମୁଁ କହିପାରିବି ନାହିଁ ବୋଲି ମେୟର କହିଛନ୍ତି ।

Leave A Reply

Your email address will not be published.