Latest Odisha News

BREAKING NEWS

ଗଞ୍ଜାମରେ ଦୀପାବଳି କଟକଣା, ନଭେମ୍ବର ୩୦ ଯାଏଁ ବାଣ ମନା

ଗଞ୍ଜାମ: ଗଞ୍ଜାମରେ ଫୁଟିବନି ବାଣ । ଲାଗିଲା ଦୀପାବଳି କଟକଣା । ମହାମାରୀ କରୋନା ପାଇଁ କଟକଣା ଲଗାଇଲେ ଗଂଜାମ ଜିଲ୍ଲାପାଳ । ଜିଲ୍ଲାରେ ନଭେମ୍ବର ୩୦ ତାରିଖ ଯାଏଁ ବାଣ ନିଷେଧ କରାଯାଇଛି । ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଏହା ସହ ଦୀପାବଳି ପାଳନ ପାଇଁ ମିଠା ଦୋକାନରେ ବିକ୍ରି ହେଉଥିବା ମିଠାର ଯାଞ୍ଚ ହେବ ବୋଲି କହିଛନ୍ତି ।ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ମିଠାର ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମିଠା ଯାଞ୍ଚ ବେଳେ ଭିଡ଼ିଓ କରି ପଠାଇବାକୁ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ଦିର ଖୋଲାଯାଇଥିଲେ ସମ୍ପୃକ୍ତ ମନ୍ଦିରର ପୂଜକ ନାମରେ ମାମଲା ରୁଜୁ କରାଯିବ । ଶୀତ ସମୟରେ କରୋନାର ଦ୍ୱିତୀୟ ଲହରୀର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀଙ୍କୁ ସର୍ତକ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.