Latest Odisha News

ମହିଳାଙ୍କ ସୁରକ୍ଷା ପାଇଁ ଆଇନ, ନା କି ସ୍ବାମୀଙ୍କ ଶୋଷଣ ପାଇଁ…..

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ପାଇଁ ଆଇନକୁ କଠୋର କରାଯାଇଛି । ଏହାର ଫାଇଦା ଉଠାଇ, ସ୍ବାମୀଙ୍କୁ ଧମକାଇବା, ଶୋଷଣ କରିବା କିମ୍ବା ନିର୍ଯାତନା ଦେବା ପାଇଁ ନୁହେଁ । ଆଜି ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଘଟଣା ଉପରେ ଆଧାରିତ ଏକ ପ୍ରସଙ୍ଗକୁ ନେଇ କିଛି ଏମିତି କହି ବର୍ଷିଛନ୍ତି କୋର୍ଟ । ଏଥିସହିତ ସର୍ବୋଚ୍ଚ ନ୍ୟାୟାଳୟ ଏହା ବି ଗୁରୁତ୍ବାରୋପ କରିଛନ୍ତି ଯେ, ପୂର୍ବତନ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାର ଅର୍ଥ ଉଭୟଙ୍କ ଆର୍ଥିକ ସ୍ଥିତିକୁ ସମାନ କରିବା ନୁହେଁ । ବରଂ ଜଣେ ନିର୍ଭରଶୀଳ ମହିଳାଙ୍କ ପାଇଁ ଏକ ସୁସ୍ଥ ଜୀବନଧାରଣାର ମାନ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ।

କୋର୍ଟ ଏହା ବି ରାୟ ଦେଇ କହିଛନ୍ତି ଯେ, ଜଣେ ପୂର୍ବତନ ସ୍ୱାମୀ ତାଙ୍କର ବର୍ତ୍ତମାନ ଆର୍ଥିକ ସ୍ଥିତି ଅନୁସାରେ ତାଙ୍କ ପୂର୍ବତନ ପତ୍ନୀଙ୍କୁ ଯେ ଜୀବନ ସାରା ପାଳିବେ, ତାହା ବାଧ୍ୟତାମୂଳକ ହୋଇପାରିବେ ନାହିଁ । ଭାରତରେ ଏକ ହିନ୍ଦୁ ବିହାହ ପବିତ୍ର ଅନୁଷ୍ଠାନ ଭାବରେ ବିବେଚନା କରାଯାଏ । ଗୋଟିଏ ପରିବାରର ଭିତ୍ତିଭୂମି ଭାବରେ ନା କି ବାଣିଜ୍ୟିକ ବେପାର ଭାବରେ ବ୍ୟବହାର କରିବା ବୋଲି କୋର୍ଟ ଦର୍ଶାଇଛନ୍ତି  ।

ଏଥିସହିତ ମହିଳାଙ୍କୁ ଚେତାବନୀ ଦେଇ କୋର୍ଟ କହିଛନ୍ତି, ମହିଳାମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ କି ସେମାନଙ୍କ ପାଇଁ ଦେଶରେ ଯେଉଁ କଠୋର ଆଇନ ରହିଛି, ତାହା ସେମାନଙ୍କ ସୁରକ୍ଷା ପାଇଁ ରହିଛି । ନା କି ଏହାର ଅପବ୍ୟବହାର କରି, ସ୍ୱାମୀମାନଙ୍କୁ ଦଣ୍ଡ ଦେବା, ଧମକାଇବା, ପ୍ରତାରଣା କରିବା କିମ୍ବା ସେମାନଙ୍କଠାରୁ କଡାଗଣ୍ଡା ଆଦାୟ କରିବା । ଯାହା କି ଉଚିତ୍ ନୁହେଁ ।

ତେବେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ସୁପ୍ରିମକୋର୍ଟ ଜଷ୍ଟିସ୍ ବିଭି ନାଗାରଥନା ଏବଂ ପଙ୍କଜ ମିଠାଙ୍କ ଖଣ୍ଡପୀଠ ମହିଳାଙ୍କ ଆଚରଣ ନେଇ କିଛି ଏପରି କଠୋର ଶୁଣାଣି କରିଛନ୍ତି । ତେବେ ଅତୁଲଙ୍କ ଭଳି ସମାନ ଏକ ମାମଲା କୋର୍ଟକୁ ଆସିଥିବା ବେଳେ ଏହା ଉପରେ ପର୍ଯ୍ୟବେକ୍ଷଣ କରି ଉକ୍ତ ଦମ୍ପତିଙ୍କୁ କିଛି ଏପରି ଶୁଣାଇଥିଲେ କୋର୍ଟ । ତେବେ ଭିନ୍ନ ଦମ୍ପତିଙ୍କ ମଧ୍ୟରେ ବିବାହର ବିଚ୍ଛେଦ ହେବା କାରଣରୁ ସ୍ୱାମୀଙ୍କୁ ଏକ ମାସ ମଧ୍ୟରେ ତାଙ୍କ ସମସ୍ତ ଦାବିର ପୂରଣ ଏବଂ ଭରଣପୋଷଣ ପାଇଁ ପତ୍ନୀଙ୍କୁ ୧୨ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହାଉପରେ ଉକ୍ତ ମହିଳା ଜଣଙ୍କ ନିଜ ଆଡୁ ଦାବି ରଖିଥିଲେ କି ଯେ, ଯେହେତୁ ତାଙ୍କ ସ୍ବାମୀଙ୍କ ସମସ୍ତ ସମ୍ପତି ୫ହଜାର କୋଟି, ତେଣୁ ସେଥିମଧ୍ୟରୁ ତାଙ୍କୁ ୫୦୦ କୋଟି ଦେବେ । ଏଥିସହିତ ଭରଜିନିଆରେ ଏକ ଘର ଦେବାକୁ ଦାବି କରିଥିଲେ ମହିଳା । ଯାହାକୁ ସୁପ୍ରିକୋର୍ଟ ନିନ୍ଦା କରିବା ସହ କିଛି ଏପରି ରାୟ ଶୁଣାଇଛନ୍ତି ।

Leave A Reply

Your email address will not be published.