Latest Odisha News

ସ୍ଥାନୀୟ ନିଯୁକ୍ତିକୁ ନେଇ ଆଇଓସିଏଲରେ ଆନ୍ଦୋଳନ

ପାରାଦ୍ବୀପ: କମ୍ପାନୀ ମାନଙ୍କର ନିଜସ୍ଵ ରାୟ ନୀତି ଏବେ ସ୍ଥାନୀୟ ଯୁବକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପାରାଦ୍ବୀପ ରେ ଥିବା ବିଭିନ୍ନ କମ୍ପାନୀ ର ଟେଣ୍ଡର ପାଉଥିବା ଠିକା ସଂସ୍ଥା ମାନେ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଫଳରେ କମ୍ପାନୀ ପାଇଁ ଜମି ହରାଇଥିବା ପରିବାରର ଯୁବକ ଏଠାରେ ବେକାର ହୋଇ ବୁଲୁଛନ୍ତି। ଏଭଳି ଏକ ଘଟଣାକୁ ନେଇ ପାରାଦ୍ବୀପ ଆଇଓସିଏଲ ର ଏକ ଠିକା ସଂସ୍ଥା ଗାଲାକୋନ ବାହାର ରାଜ୍ୟର ଶ୍ରମିକଙ୍କୁ ନିୟୋଜିତ କରିବାକୁ ନେଇ ଦେଖାଦେଇଛି ବିବାଦ।

ଏହି କମ୍ପାନୀ ଆଇଓସିଏଲ ର ୧୦ ଟି ବିଲଡିଂ ଓ ଦୁଇଟି ହଷ୍ଟେଲ ସହିତ ଅନ୍ୟ କନଷ୍ଟ୍ରସନ କାର୍ଯ୍ୟର କାମ ପାଇଛି। ମାତ୍ର ଏହି କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଉନାହିଁ। ଏ ସମ୍ପର୍କରେ ଆଇଓସିଏଲ ର ବହୁ ପୁରାତନ ଶ୍ରମିକ ସଙ୍ଗଠନ ମା ବୈଦେହି ଅଏଲ ରିଫାଇନାରୀ ଶ୍ରମିକ ସଙ୍ଘ ବାରମ୍ବାର କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

ବାହାର ରାଜ୍ୟରୁ ବହୁ ଯୁବ ଓଡିଆ ପ୍ରବାସୀ ଗାଁ ରେ ଅଛନ୍ତି, ତେଣୁ ସେମାନଙ୍କୁ ନିଯୁକ୍ତି ଦେବାକୁ କର୍ତୃପକ୍ଷଙ୍କୁ କୁହାଯାଇଥିଲା। ମାତ୍ର ଠିକା କମ୍ପାନୀ ଏହାକୁ ଖାତିର ନକରି ବାହାର ରାଜ୍ୟର ଶ୍ରମିକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମା ବୈଦେହି ଅଏଲ ରିଫାଇନାରୀ ଶ୍ରମିକ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଛି। ଯେ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରବାସୀ ଓ ଯୁବକଙ୍କୁ ନିଯୁକ୍ତି ଦିଆ ନଯାଇଛି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି।

Comments are closed.