Latest Odisha News

BREAKING NEWS

କ୍ୱାରେଂଟିନ ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: କ୍ୱାରେଂଟିନ୍ ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସବୁ ପ୍ରବାସୀ ୧୪ ଦିନ ଯାଏଁ ପୃଥକବାସରେ ରହିବାକୁ ବାଧ୍ୟତାମୂଳକ। ଆଜି ପ୍ରବାସୀ ଅମାନିଆଙ୍କୁ ଏଭଳି କିଛି କଠୋର ବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ସେ କହିଛନ୍ତି, ବାହାରୁ ଆସୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ୧୪ ଦିନ ଯାଏଁ ସଙ୍ଗରୋଧ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ । ଯାହାର ଲକ୍ଷଣ ଦେଖାଦେବ ସେହିମାନଙ୍କର ସ୍ୱାବ ପରୀକ୍ଷା ହେବ । ଯିଏ କ୍ୱାରେଂଟିନ୍ ନିୟମ ନ ମାନିବେ, ତା ବିରୋଧରେ ଆଇନ୍ ଅନୁସାରେ ଦୃଢ଼ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବ ଓ ପୋଲିସ ଡି .ଜି ଙ୍କ ପରେ ଅମାନିଆଙ୍କୁ ଏଭଳି ତାଗିଦ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ଏବେ ଆଠଟି ସ୍ଥାନରେ ନମୁନା ପରୀକ୍ଷା ହେଉଛି। ଘରୋଇ ହସ୍ପିଟାଲରେ ପରୀକ୍ଷା ପାଇଁ ଓଉଗଜ କୁ ଅନୁରୋଧ କରାଯାଇଛି। ଦିନକୁ ୩ ହଜାର ପରୀକ୍ଷା କରାଯାଉଛି। ଖୁବ ଶୀଘ୍ର ୫ ହଜାର ନମୂନା ପରୀକ୍ଷା ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।

Leave A Reply

Your email address will not be published.