Latest Odisha News

ସୁରଟରୁ ୩ ଶ୍ରମିକ ଟ୍ରେନ୍ ଆଜି ଓଡ଼ିଶାରେ ପହଞ୍ଚିବ

ଗଞ୍ଜାମ: ସୁରଟରୁ ଆସୁଥିବା ତିନୋଟି ଶ୍ରମିକ୍ ଏକ୍ସପ୍ରେସ ଟ୍ରେନ୍ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିବ।

ଗୁଜୁରାଟ ଓ କେରଳରୁ ପ୍ରାୟ ୩୦୦୦ ପ୍ରବାସୀ ଶ୍ରମିକ ଏବଂ ସୁରଟରୁ ୨୪୦୦ରୁ ଅଧିକ ବ୍ୟକ୍ତି ଟ୍ରେନ ଯୋଗେ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମ ଅଭିମୁଖେ ବାହାରିଛନ୍ତି।

ଏହାଛଡା ଅବଶିଷ୍ଟ ପ୍ରବାସୀ ଶ୍ରମିକମାନଙ୍କୁ ଆଉ ତିନି ଟ୍ରେନରେ ଅଣାଯିବ ବୋଲି ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ଟ୍ରେନଗୁଡିକ ଆଜି ସୁରଟରୁ ଜଗନ୍ନାଥପୁର ଅଭିମୁଖେ ଛାଡିବାର ଅଛି।

ସେହିପରି ରାଜ୍ୟକୁ ଫେରୁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ୧୪ ଦିନ ପାଇଁ କ୍ବାରେନଣ୍ଟାଇନରେ ରହିବେ ବୋଲି ଜଣାପଡିଛି।

“ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ବସ୍ ଯୋଗେ ନିଜ ନିଜ ପଞ୍ଚାୟତରେ ଥିବା କ୍ବାରେନଣ୍ଟାଇନ ସେଣ୍ଟରକୁ ପଠାଯିବ। ଏହାପୂର୍ବରୁ ପ୍ରଥମେ ସେମାନଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବ” ବୋଲି ଅଧିକାରୀ ମାନେ କହିଥିବା ନେଇ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ପିଟିଆଇ।

Leave A Reply

Your email address will not be published.