Latest Odisha News

BREAKING NEWS

କୋଭିଡ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ: କମିଶନରେଟ୍ ପୋଲିସ

ଭୁବନେଶ୍ୱର: ପୋଲିସ କମିଶନରଙ୍କ କଡ଼ା ଚେତାବନୀ । ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । କୋଭିଡ ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହିଭଳି ଚେତାବନୀ ଦେଇଛନ୍ତି ଦ୍ୱୈତ ନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

BjdElectrycity

ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ଯେହେତୁ ନୂଆବର୍ଷ ରହିଛି ତେଣୁ ବିଭିନ୍ନସ୍ଥାନରେ ଭିଡ଼ ଓ ଭୋଜିଭାତର ଆସର ଜମିବ । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଟକଣା ଲଗାଇଛନ୍ତି ।

କଟକ-ଭୁବନେଶ୍ୱରର ମଲ୍, ରେଷ୍ଟୁରାଁ, ବାର, କ୍ଲବ ପାଇଁ ପୋଲିସ କମିଶନର କଡ଼ା ଚେତାବନୀ ଦେଇଛନ୍ତି । ଏସଆରସିଙ୍କ ନିୟମ ଅନୁସାରେ ମାଲିକମାନେ କୋଭିଡ ନିୟମ ଠିକ ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବ ଏବଂ ଜରିମାନା ମଧ୍ୟ ଆଦାୟ ହେବ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଚେକିଂ ଓ ବ୍ଲକିଂ ଯୋରଦାର କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.