Latest Odisha News

ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଟ୍ରକ ଉପରେ ବଜ୍ରପାତ, ୩ଘଂଟା ଧରି ସିଲିଣ୍ଡର ଫୁଟିଲା

ଭିଲୱାଡା: ଜୟପୁର-କୋଟା ହାଇୱେରେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ ଉପରେ ବଜ୍ରପାତ ହୋଇଥିଲା । ଏହାର ପ୍ରଭାବରେ ଟ୍ରକଟି ଓଲଟି ଯାଇଥିଲା ଏବଂ ସିଲିଣ୍ଡରଗୁଡିକରେ ନିଆଁ ଲାଗି ଯାଇଥିଲା । ପ୍ରାୟ ୩ ଘଂଟା ଧରି ଗୋଟିଏ ପରେ ଗୋଟିଏ ସିଲିଣ୍ଡର ଫାଟିବାକୁ ଲାଗିଥିଲା । ଏନଏଚ-୫୨ ୧୭ ଘଂଟା ଧରି ବନ୍ଦ ରହିଥିଲା ।

ଏହାର ୫ରୁ ୭ କିଲୋମିଟର ଅଂଚଳରେ ନିଆଁର କରାଳ ରୂପ ଦେଖିବାକୁ ମିଳିଥିଲା । ଟ୍ରକ ଡ୍ରାଇଭର ଭାଗ୍ୟ ବଶତଃ ଏହି ଦୁର୍ଘଟଣାରୁ ବର୍ତିଯାଇଛନ୍ତି । ତାଙ୍କ ଶରୀର ପୋଡି ଯାଇଥିବାରୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.