Latest Odisha News

BREAKING NEWS

କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଲେ ଶିକ୍ଷକ

ଶ୍ରୀନଗର: ଉତ୍ତର ପ୍ରଦେଶରେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଚାପୁଡା ମାରିବା ଘଟଣାକୁ ନେଇ ଦେଶରେ ବିବାଦ ଜୋର ଧରିଛି । ଏହି ବିବାଦ ମଧ୍ୟରେ ଜମ୍ମୁ-କାଶ୍ମୀର କଠୁଆ ଜିଲ୍ଲାରୁ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଜଣେ ଛାତ୍ର ଶ୍ରେଣୀଗୃହ କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ଶିକ୍ଷକ ତାଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଏତେ ନିର୍ଦ୍ଦୟ ଭାବେ ପିଟିଛନ୍ତି ଯେ, ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଗତକାଲି ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ସମ୍ପୃକ୍ତ ଶିକ୍ଷକ ଓ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଶିକ୍ଷକଙ୍କ ଗିରଫଦାରୀ ପରେ ଭୟରେ ପ୍ରିନ୍ସିପାଲ ଏବେ ପୋଲିସ ଠାରୁ ଲୁଚି ବୁଲୁଛନ୍ତି । ଆଇପିସିର ଧାରା ୩୨୩, ୩୪୨, ୫୦୪, ୫୦୬ ସହିତ ଜୁଭେନାଇଲ ଜଷ୍ଟିସ ଆକ୍ଟରେ ଉଭୟ ଶିକ୍ଷକ ଓ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ଗୋଟିଏ ୩ ଜଣିଆ କମିଟି ମଧ୍ୟ ଗଠନ କରାଯାଇଥିବା କଠୁଆ ଡେପୁଟି କମିଶନର ବିବୃତ୍ତି ଜାରି କରିଛନ୍ତି ।

 

Leave A Reply

Your email address will not be published.