Latest Odisha News

BREAKING NEWS

ହାଇୱା ଧକ୍କାରେ ୨ କିନ୍ନର ମୃତ

ସୁନ୍ଦରଗଡ: ହାଇୱା ଧକ୍କାରେ ଦୁଇ କିନ୍ନର ମୃତ। ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତିରେ ଦୁଇ କିନ୍ନର ରଥ କିଷାନ ଓ ରାଜା ପାତ୍ର ଙ୍କ ସହ ହାଇୱା ଡ୍ରାଇଭରଙ୍କ ବଚସା ହୋଇଥିଲା।

ସୂଚନା ଅନୁଯାୟୀ, ଗୋଟିଏ ସ୍କୁଟିରେ ଚାରିଜଣ କିନ୍ନର ୧୪୩ ନମ୍ବର ଜାତୀୟ ରାଜପଥରେ ଲହୁଣିପଡ଼ା ଆଡ଼କୁ ଯାଉଥିଲେ। ରାଜାମୁଣ୍ଡା ଛକ ନିକଟରେ ଦ୍ରୁତ ଗତିରେ ମାଡ଼ିଆସୁଥିବା ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଆହତ ହୋଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରିଛି ପୋଲିସ । ଏହାବ୍ୟତୀତ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ତେବେ ଡ୍ରାଇଭର ଜାଣିଶୁଣି ଗାଡ଼ି ଚଢାଇ ଦେଇଥିବା ନେଇ ଚର୍ଚ୍ଚା ହେଉଛି । ଗତକାଲି ରାତିରେ ଦୁଇ କିନ୍ନର ରଥ କିଷାନ ଓ ରାଜା ପାତ୍ର ଙ୍କ ସହ ହାଇୱା ଡ୍ରାଇଭରଙ୍କ ବଚସା ହୋଇଥିଲା। ତେଣୁ ସେହି ରାଗରେ ଡ୍ରାଇଭର ଏପରି କରିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.