ଡେରାଡୁନ: ଗୁରୁବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଖବର ପାଇବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦେଖିବ ସେ ପ୍ରଥମେ କଣ କରିବ ଚିନ୍ତା କରିପାରିବ ନାହିଁ । ମୁସୁରି-ଡେରାଡୁନ-ମସୁରୀର ରାସ୍ତାରେ ଫେରୁଥିବା ବେଳେ ଏହି ବସ ଦୁର୍ଘଟଣାର ଶିକାର ହୋଇଥିଲା ।
ବସଟି ୟୁପିସିଏଲ ନାମକ ଏକ ବିଲ୍ଡିଂ ନିକଟରେ ପହଞ୍ଚିବା ମାତ୍ରେ ହଠାତ୍ ବ୍ରେକ୍ ଫେଲ କରିଯାଇଥିଲା। ବସର ବ୍ରେକ ଫେଲ୍ ହେବା କାରଣରୁ ବସ୍ ନିୟନ୍ତ୍ରଣ ହରାଇ ପାଖରେ ଥିବା ଏକ କାରକୁ ଧକ୍କା ଦେଇଥିଲା। ପରେ ରାସ୍ତାର ତଳକୁ ଖସି ପଡିବାକୁ ଯାଉଥିବା ବେଳେ ସୌଭାଗ୍ୟବଶତଃ ଝୁଲି ପଡିଥିଲା। ସେହିପରି କାରଟି ବସର ଧକ୍କାର ଶିକାର ହେବା ପରେ ଟିକିଏ ପଛକୁ ପଳାଇଥିଲା । ହେଲେ ଡ୍ରାଇଭର ସୁରକ୍ଷିତ ଥିଲେ।
ଦୁର୍ଘଟଣା ପରେ ବସ୍ରେ ଯାତ୍ରା କରୁଥିବା ମୁଜାଫରନଗରର ଛାତ୍ରମାନେ ବଡ ପାଟିରେ ଚିତ୍କାର କରିଥିଲେ। ଏହି ବସ୍ରେ ଏକ ଇଞ୍ଜିନିୟରିଂ କଲେଜର ୩୧ ଜଣ ଛାତ୍ର ଥିଲେ, ଯେଉଁମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି । ସେହିପରି ଇଞ୍ଜିନୟରିଂ କଲଜେର ଡ୍ରାଇଭର ଏବଂ ୩୩ କର୍ମଚାରୀ ଥିଲେ । ଯାତ୍ରୀଙ୍କ ଚିତ୍କାର ଶୁଣି ହଠାତ ଘଟଣାସ୍ଥଳରେ ଆସି ପୋଲିସ ପହଞ୍ଚିଥିଲା। ପରେ ସ୍ଥାନୀୟ ପ୍ରଶାସନ ସହଯୋଗରେ ଜଣଙ୍କୁ ଗୋଟି ଗୋଟି କରି ବସରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
Comments are closed.