Latest Odisha News

BREAKING NEWS

[ଭିଡ଼ିଓ] ପ୍ରତିବାଦ ସହ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ଭୁବନେଶ୍ୱର: ପୋଲିସର ମାଡ ପ୍ରତିବାଦରେ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ । ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ।

ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି , କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗୋଡ଼ାଇ ପିଟିବା ଘଟଣାର ପ୍ରତିବାଦ କରିଛି କଂଗ୍ରେସ ।

ଏହି ଘଟଣାରେ ଡିସିପିଙ୍କ କ୍ଷମା ପ୍ରାର୍ଥନା ସାଙ୍ଗକୁ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ପୁଲିସ କର୍ମଚାରୀଙ୍କ ନିଲମ୍ବନ ଦାବି ହୋଇଛି ।

ପୁଲିସ ନିଜର ସୀମା ଅତିକ୍ରମ କରି କଂଗ୍ରେସ ଭବନରେ ପଶି ଆକ୍ରମଣ କରିବା ଦଣ୍ଡନୀୟ ଅପରାଧ । ସ୍ବାଧୀନତା ଆନ୍ଦୋଳନ ବେଳେ କଂଗ୍ରେସର ଲକ୍ଷାଧିକ କର୍ମୀ ବ୍ରିଟିସ ପୁଲିସର ଗୁଳିକୁ ଡରି ନ ଥିଲେ। ଏବେ ମଧ୍ୟ ପୁଲିସର ଲାଠିମାଡ଼କୁ ଡରିବେ ନାହିଁ ।

ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.