Latest Odisha News

କାନ୍ଥ ତଳେ ଚାପି ହୋଇ ଚାଲିଗଲା ଛାତ୍ରଙ୍କ ଜୀବନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରରେ ଅଘଟଣ । ସ୍କୁଲ ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୧୦ ବର୍ଷର ଛାତ୍ର ନାରାୟଣ ଟୁଡୁ । ସେ ପଦ୍ମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ ପାଢପଢୁଥିବାବେଳେ ସେ ହଷ୍ଟେଲରେ ରହୁଥିଲେ ।

ନାରାୟଣ ଆଜି ସକାଳ ଜଳିଖିଆ ଖାଇ ସାରି ହାତ ଧୋଇବାକୁ ପାଣି ଟାଙ୍କି ନିକଟ ଟ୍ୟାପ ପାଖକୁ ଯାଇଥିଲେ । ଏହି ସମୟରେ ପାଣି ଟାଙ୍କିର କାନ୍ଥଟି ନାରାୟଣଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । କାନ୍ଥ ତଳେ ଚାପି ହୋଇରହିଥିଲେ ଛାତ୍ର ଜଣଙ୍କ ।

ଏହା ପରେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାରାୟଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.