Latest Odisha News

BREAKING NEWS

ମହୁମାଛି ଆକ୍ରମଣରେ ଜଣେ ଛାତ୍ର ମୃତ, ୫ ଗୁରୁତର

ରାୟଗଡା : ରାୟଗଡା ଜିଲ୍ଲାରେ ମହୁମାଛି ଆକ୍ରମଣରେ ୫ଜଣ ଛାତ୍ର ଗୁରୁତର ହେବା ସଙ୍ଗେସଙ୍ଗେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲାର କାରୁବାଇ ଆଶ୍ରମର ସ୍କୁଲର ପାଖାପାଖି ୧୦ ଜଣ ପିଲା ଗଣେଶ ପୂଜାରେ ସାଜସଜ୍ଜା କରିବା ପାଇଁ ଜଙ୍ଗଲକୁ ପତ୍ର ଆଣିବା ପାଇଁ ଯାଇଥିଲେ । ପତ୍ର ତୋଳିବା ସମୟରେ ହଠାତ୍ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ।

ଏହି ସମୟରେ ପିଲାମନେ ଦୌଡାଦୌଡି ହୋଇ ପଳାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କିଛି ପିଲାମାନେ ମହିମାଛି ଦ୍ୱାରା ଗୁରୁତର ଆକ୍ରମଣର ଶିକାର ହୋଇଥିଲା ବେଳେ ପିଲାମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମଙ୍ଗଳବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଗଣମାଧ୍ୟମକୁ କହିଛନ୍ତି ଯେ “ ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ହୋଇଥିବାବେଳେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଯାଇଛି । ହଷ୍ଟେଲ ସୁପରିଟେଣ୍ଡେଟ୍ ଙ୍କ ବିନା ଅନୁମତିରେ କେହି ଛାତ୍ର ବାହାରକୁ ଯାଇପାରିବେ ନାହିଁ ତେବେ କେଉଁ ପରିସ୍ଥିତିରେ ଛାତ୍ରମାନେ ହଷ୍ଟେଲ ବାହାରକୁ ଯାଇଥିଲେ, ସେ ନେଇ ଅନୁଧ୍ୟାନ କରାଯିବ ।

Leave A Reply

Your email address will not be published.