Latest Odisha News

BREAKING NEWS

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଛାତ୍ର ୬ ମାସ ପାଇଁ ବିଦା

ସମ୍ୱଲପୁର: ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଛାତ୍ରଙ୍କୁ ପଡିଲା ମହଙ୍ଗା । ସମ୍ୱଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ୬ ମାସ ପାଇଁ ସମ୍ପୃକ୍ତ ଛାତ୍ର ବହିଷ୍କୃତ କରାଯାଇଛି । ଶୃଙ୍ଖଳା କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।

ଗତକାଲି ବିଶ୍ୱବିଦ୍ୟାଳୟର କିଛି ଛାତ୍ରୀ ହଷ୍ଟେଲ ଫେରୁଥିବା ବେଳେ ଛାତ୍ରଜଣକ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯାହାକୁ ନେଇ ଛାତ୍ରୀ କଡ଼ା ପ୍ରତିବାଦ କରିଥିଲେ । କୁଳପତି ପ୍ରଫେସର ସଂଯୁକ୍ତା ଦାସଙ୍କ ଅଧ୍ୟକ୍ଷତାରେ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସବୁ ଛାତ୍ରାବାସ ଅଧୀକ୍ଷକ ଓ ବିଶ୍ୱବିଦ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଛାତ୍ରଙ୍କୁ ଦୋଷୀ ପାଇବାରୁ ଆଗାମୀ ୬ ମାସ ପାଇଁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.