Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ର ଶ୍ରେୟାନ୍ସଙ୍କ ସଫଳତା

ନବମ ଜାତୀୟସ୍ତରୀୟ ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗୀତାରେ ଆଣିଲେ ଗୈାରବ

ନୂଆ ଦିଲ୍ଲୀ: ଦିଲ୍ଲୀର ଆଇଟିପିଓ ଠାରେ ଅନୁଷ୍ଠିତ ନବମ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ବିଜ୍ଞାନ ବିଭାଗର ଏକାଦଶ ଶ୍ରେଣୀ ଛାତ୍ର ଶ୍ରେୟାନ୍ସ ବିକାଶ ମିଶ୍ର ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି । ନିଜର ବଳିଷ୍ଠ ଉଦ୍ଭାବନକୁ ପ୍ରଦର୍ଶିତ କରି ଶ୍ରେଷ୍ଠ ୬୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଶ୍ରେୟାନ୍ସ ।

ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ  ଦ୍ବାରା ଆୟୋଜିତ  ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ବରିଷ୍ଠ ଉପଦେଷ୍ଟା ଡଃ ଅଖିଲେଶ ଗୁପ୍ତା ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ୬.୫୩ ଲକ୍ଷ  ଛାତ୍ର ଛାତ୍ରୀଙ୍କ ଚିନ୍ତାଧାରାକୁ ଚୟନ କରାଯିବା ପରେ ଶ୍ରେଷ୍ଠ ୬୦ ଜଣଙ୍କ ମଧ୍ୟରେ ଶ୍ରେୟାନ୍ସ ସ୍ଥାନ ପାଇଛନ୍ତି । ଏହି ପ୍ରତିଯୋଗୀତା ପ୍ରଥମେ ବିଦ୍ୟାଳୟସ୍ତରୀୟ ଏବଂ ଏହାପରେ ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ଏବଂ ପରିଶେଷରେ ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିଲା ।

ସେପ୍ଟେମ୍ବର ୧୬ ତାରିଖ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର କେନ୍ଦ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଶ୍ରେୟାନ୍ସ ବିକାଶଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ଶ୍ରେୟାନ୍ସଙ୍କର ପ୍ରୋଜେକ୍ଟ ଥିଲା ବେକ ପାଇଁ ନୋଭେଲ୍ ଏର୍ଗୋନୋମିକ୍ସ । ଯାହା ହେଉଛି ବେକର ସମସ୍ୟା ପାଇଁ ସହଜ ଏବଂ ସରଳ ସମାଧାନ । ଏହି ଡିଭାଇସ୍ ବେକ ଏବଂ ମେରୁଦଣ୍ଡର ମାଂସପେଶୀ ସ୍କାମ୍  ଏବଂ ଯନ୍ତ୍ରଣାକୁ ଉନ୍ନତ ତଥା ଆବଶ୍ୟକୀୟ ସହାୟତା ଯୋଗାଇ ଷ୍ଟ୍ରେନ୍‌, ଥକ୍କା ଏବଂ ଆଘାତକୁ ହ୍ରାସ କରିବ । ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ଦୀର୍ଘ ସମୟ ଧରି ବସିବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କୁ ଏହି ଡିଭାଇସ୍ ସହାୟତା ଦେବ ।

ଭିନ୍ନକ୍ଷମଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା, ପରିସ୍କାର ପରିଚ୍ଛନତା ଓ ପରିମଳ, ପ୍ରତିଦିନର ଆବଶ୍ୟକତା ଏବଂ ଡିଜିଟାଲ୍ ଟେକନଲୋଜି ସମ୍ବନ୍ଧୀୟ ଉଦ୍ଭାବନ ଯାହା ଡିଜିଟାଲ୍ ଅର୍ଥନୀତିରେ ସହାୟକ ହେବ ଏହିପରି ଅନେକ ପ୍ରୋଜେକ୍ଟ ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା ।

ଏହି ସଫଳତାରେ ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଶ୍ରେୟାନ୍ସଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ନାସା ରୋଭର ପ୍ରୋଜେକ୍ଟ ମଧ୍ୟ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଏହ ସହ ତାଙ୍କର ଏହି ସଫଳତା ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛି ବୋଲି ପ୍ରକାଶ କରିଥିଲେ ।

Comments are closed.