ନୂଆଦିଲ୍ଲୀ:ପ୍ରଥମେ ଆଲିଙ୍ଗନ କଲା । ତା’ ପରେ ଗୁଳି କରି ହତ୍ୟା କଲା । ଶେଷରେ ନିଜେ ଆତ୍ମହତ୍ୟା କଲା । ଏପରି ଘଟଣା ଆଜି ଘଟିଛି ଗ୍ରେଟର ନଏଡାର ଶିବ ନାଡର ୟୁନିଭର୍ସିଟିରେ । ଜଣେ ଛାତ୍ର ତାଙ୍କ ସାଥୀ ସହପାଠିନୀଙ୍କୁ ଏପରି ଭାବେ ହତ୍ୟା କରିଛି । ଛାତ୍ରୀଙ୍କ ଘର କାନପୁରରେ ହୋଇଥିବାବେଳେ ଛାତ୍ରଙ୍କ ଘର ଅମରୋହରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଘଟଣା ଘଟିଛି ଗୁରୁବାର ଦିନ । ଦାଦରୀ ଇଲାକାର ଶିବ ନାଡର ୟୁନିଭର୍ସିଟିରେ ବିଏ ତୃତୀୟ ବର୍ଷର ଛାତ୍ର ଅନୁଜ ତାଙ୍କ ସହପାଠୀ ଛାତ୍ରୀଙ୍କ ସହ ଡାଇନିଂ ହଲରେ କଥା ହେଉଥିଲେ । କଥା ମଝିରେ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହା ପରେ ଅନୁଜ ପିସ୍ତଲ କାଢି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗୁଳି ଶବ୍ଦ ଶୁଣି ୟୁନିଭର୍ସିଟିରେ ହଇଚଇ ଖେଳି ଯାଇଥିଲା ।
ତୁରନ୍ତ ଅନ୍ୟଛାତ୍ରମାନେ ମିଶି ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରୀଙ୍କୁ ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଜଣାପଡିଥିଲା, ଅନୁଜ ହଷ୍ଟେଲ ରୁମ ନଂ ୩୨୮ ଯାଇ ସେଠାରେ ନିଜକୁ ଗୁଳିକରି ଦେଇଛି । ଏଥିରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । କୁହାଯାଉଛି, ଏ ଦୁହେଁ ଭଲ ବନ୍ଧୁ ଥିଲେ । ତେବେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଗଣ୍ଡେଗାଳ ଲାଗିଥିଲା ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
Comments are closed.