Latest Odisha News

BREAKING NEWS

ପରୀକ୍ଷା ଖାତାରେ କିଛି ଏପରି ଲେଖିଲେ ଛାତ୍ର, ଉତ୍ତର ଦେଖି ଶିକ୍ଷକଙ୍କ ଉଡିଗଲା ହୋସ

ନୂଆଦିଲ୍ଲୀ: ପ୍ରାୟ ସମୟରେ ସୋସିଆଲ ମିଡିଆରେ ଛାତ୍ରଛାତ୍ରୀ ମାନଙ୍କର ପରିକ୍ଷା ଉତ୍ତର ଖାତା ଭାଇରାଲ ହୋଇଥାଏ । ଯେଉଁଥିରେ ପିଲାମାନେ ଦିଆଯାଇଥିବା ପ୍ରଶ୍ନର ଏପରି ଉତ୍ତର ଦେଇଥାଆନ୍ତି ଯାହାକୁ ଦେଖି ଶିକ୍ଷକଙ୍କ ସହ ସମସ୍ତଙ୍କ ହୋସ ଉଡିଯାଏ । କିଛି କିଛି ଲୋକ ତ ଏହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଆନ୍ତି । ବେଳେ ବେଳେ ତ ପରିକ୍ଷାର୍ଥୀମାନେ ଏପରି ଉତ୍ତର ଲେଖିଥାଆନ୍ତି ଯାହାକୁ ଦେଖି ଆମେ ଆମର ହସକୁ ମଧ୍ୟ ନିୟନ୍ତ୍ରଣ କରିପାରି ନଥାଉ । ସେହିଭଳି ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପରିକ୍ଷାର୍ଥୀଙ୍କ ପରିକ୍ଷା ଉତ୍ତର ସିଟ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ପରିକ୍ଷାର୍ଥୀ ତାଙ୍କ ଶିକ୍ଷକଙ୍କ ଉପରେ ଥିବା ସମସ୍ତ ରାଗ ସୁଝେଇଦେଇଛନ୍ତି ।

ଭାଇରାଲ ହେଉଥିବା ପରିକ୍ଷା ଖାତାଟି ହେଉଛି ଇଂରାଜୀ ବିଷୟର । ପ୍ରଶ୍ନରେ ବକ୍ୟ ଗଠନ କରିବାକୁ କିଛି ଶବ୍ଦ ଦିଆଯାଇଛି । କିନ୍ତୁ ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ଛାତ୍ର ଜଣଙ୍କ ନିଜ ଶିକ୍ଷକଙ୍କ ବିଷୟରେ ଅନେକ କଥା ଲେଖିଛନ୍ତି । ଉଦାହରଣ ସ୍ୱରୂପ, ‘ଟିଚର୍’ ଶବ୍ଦ ବ୍ୟବହାର କରି ପରିକ୍ଷାର୍ଥୀ ଜଣଙ୍କ ଲେଖିଛନ୍ତି ‘ମାଇଁ ଟିଚର୍ ଇଜ୍ ଏ କ୍ରିମିନାଲ’ । ସେହିପରି ‘ପୋଲିସ’ ଶବ୍ଦ ବ୍ୟବହାର କରି ପରିକ୍ଷାର୍ଥୀ ଜଣଙ୍କ ଲେଖିଛନ୍ତି ଯେ, ‘ପୋଲିସ ପ୍ଲିଜ୍ ଆରେଷ୍ଟ ହର୍’ ଇତ୍ୟାଦି ।

ଉତ୍ତର ଖାତାରେ ଲେଖାଯାଇଥିବା ସମସ୍ତ ବାକ୍ୟକୁ ଶିକ୍ଷକ ଯତ୍ନର ସହକାରେ ପଢି ଯାଞ୍ଚ କରିଛନ୍ତି । କେବଳ ଏତିକି ନୁହେଁ ଶିକ୍ଷକ ଜଣଙ୍କ ମଧ୍ୟ ତାଙ୍କ ପ୍ରତିଉତ୍ତରରେ ଲେଖିଛନ୍ତି ଯେ, ‘ଷ୍ଟୁପିଡ ବଟ୍ ୱାଓ’ ଏବଂ ‘ଏକ୍ସଲେଣ୍ଟ ଜବ’ । ଏହି ପରିକ୍ଷା ଖାତାର ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଦା ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି । ସେହିପରି ୨୯ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ଏହି ଭିଡିଓକୁ ଦେଖି ଅନେକ ଉପଭୋକ୍ତା ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି ।

Leave A Reply

Your email address will not be published.