ଯାଜପୁର: ଯାଜପୁର ବିରଜା ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ରୀ ଅଶାନ୍ତି। ପରୀକ୍ଷାକୁ ବାତିଲ କରିବା ଦାବିରେ କଲେଜ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ରୀ।
କୋଭିଡ଼ ସମୟରେ କଲେଜ ପକ୍ଷରୁ ସଠିକ୍ଭାବେ ପାଠପଢ଼ା ହୋଇନଥିଲା। ହେଲେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ପାଇଁ ଅଫ୍ ଲାଇନ ମାଧ୍ୟମରେ କରିବାକୁ କଲେଜ ପକ୍ଷରୁ ନୋଟିସ୍ ଦିଆଯାଇଛି। ଏଭଳି ପରିସ୍ଥିତିରେ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରାଯାଉ ନହେଲେ ସମ୍ପୂର୍ଣ୍ଣ ବାତିଲ କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି।
ଏନେଇ ଏକ ଦାବିପତ୍ର ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଛାତ୍ରୀମାନେ ବିକ୍ଷୋଭ କରିଛନ୍ତି।
Comments are closed.