Latest Odisha News

BREAKING NEWS

ସେଲଫି ନିଶା ନେଲା ଜୀବନ: ମୋବାଇଲ୍ କ୍ଲିକ୍ କରିବା ପରିବର୍ତ୍ତେ ବନ୍ଧୁକର ଟ୍ରିଗର ଚିପି ଦେଲେ

ଜୟପୁର: ସୋସିଆଲ ମିଡିଆରେ ବିଭିନ୍ନ ପୋଜରେ ସେଲଫି ଅପଲୋଡ କରିବାର କ୍ରେଜ ବେଳେ ସାଂଘାତିକ ବୋଲି ପ୍ରମାଣିତ ହୁଏ । ସେଲଫି ଆଇ ଅନେକଙ୍କ ଜୀବନ ଯାଉଥିବା ଆମେ ପ୍ରାୟ ପ୍ରତିଦିନ ଶୁଣିଥାଉ । ରାଜସ୍ଥାନରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ କଲେଜ ପଢୁଆ ଛାତ୍ର ସେଲଫି ନେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ପରେ ପରିବାର ଲୋକେ କାହାକୁ ନଜଣାଇ ଯୁବକଙ୍କ ମୃତ ଦେହକୁ ପୋଡିବାକୁ ନେଉଥିଲେ । ଏହି ସମୟରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା ।

ପୋଲିସ ସୂଚନା ଅନୁସାରେ, ଧୋଲପୁର ଜିଲ୍ଲାର ଉମରେ ଗ୍ରାମରେ ରାମବିଲାସ ମୀନାଙ୍କ ପୁଅ ସଚିନ ମୀନା (୧୯) ରବିବାର ସକାଳେ ତାଙ୍କ ଘର ନିକଟରେ ଥିବା ଏକ କ୍ଷେତରେ ଏକ ବେଆଇନ ଦେଶୀ ବନ୍ଧୁକ ନେଇ ସେଲଫି ଉଠାଉଥିଲେ । ଏହି ସମୟରେ, ସେ ମୋବାଇଲରେ କ୍ଲିକ୍ କରିବା ପରିବର୍ତ୍ତେ, ବନ୍ଧୁକର ଟ୍ରିଗରକୁ ଚିପି ଦେଇଥିଲେ । ଗୁଳିଟି ସଚିନଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ମୁଣ୍ଡ ଫାଟିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ପାଖରେ ଥିବା କିଛିଲୋକ ସଚିନଙ୍କ ପରିବାରରୁ ଏବିଷୟରେ ଜଣାଇଥିଲେ। ଘଟଣାର ତଦନ୍ତ ଚାଲିଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟବଛ୍ଛେଦ କରି ଶବକୁ ପରବାରକୁ ଦିଆଯିବ।

Comments are closed.