Latest Odisha News

BREAKING NEWS

ସ୍କୁଲ ବନ୍ଦକୁ ବିରୋଧ କରି ଧାରଣାରେ ଅଭିଭାବକ ଓ ଛାତ୍ରଛାତ୍ରୀ

ସୁବର୍ଣ୍ଣପୁର:   ମାସର ଅଧା ଦିନ ବନ୍ଦ ରହୁଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମାରାଡୁଗୋଛା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପାଠପଢା । ଏହାକୁ ନେଇ ଅଭିଭାବକ ଓ ପରିଚାଳନା କମିଟି ସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ  ଦେଖାଦେଇଛି । ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ବିନାକାରଣରେ ସ୍କୁଲବନ୍ଦ ରହୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ସ୍କୁଲର ଉନ୍ନତି ପାଇଁ ଆସିଥିବା ଅନୁଦାନକୁ ବାଟମାରଣା କରାଯାଉଛି, ଶିକ୍ଷାଦାନରେ ଅବହେଳା ଆଦି ଅଭିଯୋଗ କରିଛନ୍ତି ଧାରଣାରତ ଅଭିଭାବକ ଓ ଛାତ୍ରଛାତ୍ରୀ । ସ୍କୁଲ ଶ୍ରେଣୀ ଗୃହରେ ଫାଟ ଥିଲେ ବି ମରାମତି କରାଯାଇନାହିଁ । ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏସବୁ ଦାବି ସମ୍ପର୍କରେ ଲିଖିତ ଅଭିଯୋଗ କରି ମଧ୍ୟ ଫଳ ଶୂନ। ଘଟଣାସ୍ଥଳକୁ ବିଡ଼ିଓ ପହଂଚି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଅଭିଭାବକ ଓ ଛାତ୍ରଛାତ୍ରୀ ଓହରିଥିଲେ ।

Leave A Reply

Your email address will not be published.