Latest Odisha News

BREAKING NEWS

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିରୁଦ୍ଧରେ ଅଭିଯୋଗ, କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଦୀର୍ଘ ଦିନ ଧରି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ଠିକ ଭାବରେ ହେଉନଥିବାରୁ ଏକାଡେମୀର କର୍ମଚାରୀମାନେ ଅନୁଷ୍ଠାନର ସଚିବଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ ଆଣି ହଠାତ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ଫଳରେ ଏକାଡେମୀର କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

ଏକାଡେମୀର ସଚିବଙ୍କ ପରିଚାଳନା ନୀତି ଯୋଗୁଁ ସଂସ୍ଥାର କୌଣସି କାର୍ଯ୍ୟକ୍ରମର ସଠିକ ଭାବରେ ପରିଚାଳନା କରାଯାଇପାରୁନାହିଁ ବୋଲି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ କର୍ମଚାରୀମାନେ ନିଜର ସଂଯୁକ୍ତ ସ୍ବାକ୍ଷର ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏକାଡେମୀର ସମସ୍ତ କାର୍ଯ୍ୟକ୍ରମକୁ କରାଯିବା ନିମନ୍ତେ ପ୍ରତି ମାସରେ କାର୍ଯ୍ୟକାରୀ ପରିଷଦର ବୈଠକ ଆହ୍ବାନ କରାଯିବା ପାଇଁ ଏକାଡେମୀ ସମ୍ବିଧାନରେ ଲିଖିତ ବ୍ୟବସ୍ଥା ରହିଥିଲେ ସୁଦ୍ଧା ସଚିବ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ମଧ୍ୟ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସଙ୍କୁ ଏକାଡେମୀର ଦାୟିତ୍ବ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.