Latest Odisha News

ଶିକ୍ଷୟିତ୍ରୀଙ୍କୁ କାନ୍ଦି କାନ୍ଦି ବିଦାୟ ଦେଲେ ଛାତ୍ରଛାତ୍ରୀ

ନବରଙ୍ଗପୁର :  ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା  । କାନ୍ଦି କାନ୍ଦି ଶିକ୍ଷୟିତ୍ରୀଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ  । ଦୀର୍ଘ 9 ବର୍ଷ ଧରି ଶିକ୍ଷୟତ୍ରୀଙ୍କ ଠାରୁ ସ୍ନେହ ମମତା ପାଇଥିବା ଗ୍ରାମବାସୀ ତାଙ୍କୁ ଛାଡିବାକୁ ଥିଲେ ନାରାଜ୍  । ଜଣେ କର୍ମଚାରୀ ନିଜର ଚାକିରି ଜୀବନରୁ  ଦିନେ ନା ଦିନେ ଅବସର ଗ୍ରହଣ କରିଥାଏ । ଅବସର ପରେ ସେ ଆଉ କର୍ମ କ୍ଷେତ୍ରକୁ ଫେରି ନଥାଏ । ହେଲେ କର୍ମ କ୍ଷେତ୍ରର ଲୋକ ମାନେ ଯେତେବେଳେ ବିଦାୟ ଦେଇଥାନ୍ତି ତାହା ତାଙ୍କ ଜୀବନରେ ସ୍ମରଣୀୟ ହୋଇ ରହିଯାଇଥାଏ ।

ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତର ବାଙ୍କସର୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷୟିତ୍ରୀ ବନଲତା କରଙ୍କର ବିଦାୟ ନେବା ସମୟ ସତରେ ନିଆରା ଥିଲା । ବିଦ୍ୟାଳୟ ଛାଡିବା ବେଳେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ୁଥିଲା । ସ୍କୁଲ ପିଲା ସହ ଅଭିଭାବକ ଓ ଶହ ଶହ ଗ୍ରାମବାସୀ ମାନେ ବାଜା ବାଜଣା,ଡ଼ାକବାଜି ଯନ୍ତ୍ର ରେ ଏକ ଶୋଭାଯାତ୍ରାରେ ବାହାରି ସମସ୍ତେ କାନ୍ଦି କାନ୍ଦି ଶିକ୍ଷୟତ୍ରୀ ବନଲତା କରଙ୍କୁ ଦେଇଥିଲେ ବିଦାୟ ।

ଦିଦି… ଆପଣ ଚାଲିଗଲେ ଆମକୁ କିଏ ଗେଲ କରିବ … ଆମେ କଳି ଲାଗିଲେ ଆମକୁ କିଏ ମିଶାଇବ… ବୋଲି ପ୍ରଶ୍ନ କରିଥିଲେ ? ପିଲାଙ୍କ କାନ୍ଦ ଦେଖି ଗାଁ ରେ ସମସ୍ତ ଲୋକ କାନ୍ଦି ପକାଇଥିଲେ । ଏକ ବିରାଟ ଶୋଭାଯାତ୍ରାରେ ଶିକ୍ଷୟତ୍ରୀଙ୍କୁ ଗାଁ ପରିକ୍ରମା କରାଇଥିଲେ । ଗାଁ ସାରା ପରିକ୍ରମା କରି ବାଦ୍ୟର ତାଳେ ତାଳେ ସମସ୍ତେ ଏକତ୍ରିତ ହୋଇ ବିଦାୟ ଦେଇଥିଲେ  । ଗତ ୨୦୧୩ ରୁ ଗ୍ରାମବାସୀ ପାଇଥିବା ସ୍ନେହ ଶ୍ରଦ୍ଧାଙ୍କୁ ଲୋକେ ଭୁଲି ପାରିନଥିଲେ । ଭଗବାନଙ୍କ ନିକଟରେ ଶିକ୍ଷୟତ୍ରୀଙ୍କ ଅବସର ଜୀବନ ସୁଖମୟ ହେଉ ସେଥିଲାଗି ପ୍ରାର୍ଥନା କରିଥିଲେ ଗ୍ରାମବାସୀ ।

Leave A Reply

Your email address will not be published.