Latest Odisha News

BREAKING NEWS

ଅଣ୍ଟାଏ ପାଣିରେ ବୁଡ଼ି ସ୍କୁଲ ଯାଉଛନ୍ତି ପିଲା; ଅଧାପନ୍ତରିଆ ପଡ଼ିଛି ବ୍ରିଜ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀ ମାନେ ନଦୀ ପାର ହେଉଥିବା ନେଇ ଚିତ୍ର ଦେଖିବାକୁ ମିଳୁଛି। ସଦ୍ୟତମ ଘଟଣା ସୋରଡ଼ା ବ୍ଲକ ନୂଆଗଡ଼ ପଞ୍ଚାୟତରେ ସାଂଘାତିକ ଦୃଶ୍ୟ ସାମ୍ନାକୁ ଆସିଛି।

ପଞ୍ଚାୟତକୁ ଯିବାକୁ କେଶରା, ନାଗପୁର, ବାରଧାଙ୍ଗିଡ଼ି, ରଂଗାବାଲି, ଗୁଡିପଲ୍ଲୀ, ନୀଳକଣ୍ଠପୁର ଗାଁର ଲୋକେ ଋଷିକୂଲ୍ୟା ନଦୀ ପାର ହେବାକୁ ପଡୁଛି । ପ୍ରତିଦିନ ୫୦ରୁ ଅଧିକ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଭାବେ ନଦୀ ପାର ହୋଇ ନୂଆଗଡ଼ ଗ୍ରାମର ସ୍କୁଲକୁ ଯିବାଆସିବା କରୁଛନ୍ତି। ପ୍ରତି ମୁହୂର୍ତ୍ତରେ ରହିଛି ବିପଦ।

ଏହା ସତ୍ତ୍ୱେ ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି। ଅଞ୍ଚଳବାସୀଙ୍କ ଏହି ସମସ୍ୟାକୁ ନେଇ ୨୦୧୯ ମସିହାରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ରାସନ ସାମଗ୍ରୀ,ସ୍କୁଲ,ମେଡିକାଲ, ସବୁ ଉପରେ ପଂଚାୟତ ଉପରେ ନିର୍ଭର କରିବାକୁ ପଡୁଛି।

ଯଦି ପାଣିରେ ପଶିବେନି, ବର୍ଷା ଦିନେ ପଂଚାୟତକୁ ଆସିବା ପାଇଁ ୧୫ କିଲୋମିଟର ବୁଲି ଆସିବାକୁ ପଡୁଛି। ଏନେଇ ଭଂଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

Comments are closed.