Latest Odisha News

BREAKING NEWS

[ଭିଡ଼ିଓ] ପରିତ୍ୟକ୍ତ ଟାୟାରରେ ସୁନ୍ଦର କଳାକୃତି

ବ୍ରହ୍ମପୁର: ବର୍ଜ୍ୟବସ୍ତୁରୁ ସୁନ୍ଦର କଳାକୃତି । ବ୍ରହ୍ମପୁରର କିଛି ଆଇଟିଆଇ ଛାତ୍ରଙ୍କ ଦ୍ୱାରା ତିଆରି ହୋଇଛି ଏହି କୃତି । ୧୦୦ଜଣ ଛାତ୍ର ମିଶି ତିଆରି କରୁଛନ୍ତି ଟାୟାର ପାର୍କ । ୪ହଜାର ବର୍ଗମିଟର ସ୍ଥାନରେ ପୁରୁଣା ଭଙ୍ଗା ଟାୟାରରେ ଅଭିନବ ଢଙ୍ଗରେ ତିଆରି କରିଛନ୍ତି କିଛି କଳାକୃତି ।

ଭଙ୍ଗା ଅଦରକାରୀ ଟାୟାର ସବୁ ଏକାଠି କରି ସୁନ୍ଦର ସୁନ୍ଦର କଳାକୃତି ମାନ ତିଆରି କରିଛନ୍ତି ଛାତ୍ର ମାନେ । ପୁରୁଣା ପରିତ୍ୟକ୍ତ ଟାୟାରରେ ୨ରୁ ୩୦ଫୁଟ ପର୍ଯ୍ୟନ୍ତ ବିଭିନ୍ନ ଜୀବଜନ୍ତୁ ଯେମିତିକି ହାତୀର କଳାକୃତି ନିର୍ମାଣ କରିଛନ୍ତି ।

ପୁରୁଣା ପରିତ୍ୟକ୍ତ ଟାୟାର ଗୁଡିକ ଏଠି ସେଠି ପଡ଼ି ରହି ପରିବେଶ ନଷ୍ଟ କରୁଛି । ଯେମିତି ପୁରୁଣା ଟାୟାରରେ ପାଣି ସବୁ ଜମି ରହି ମଶା ଓ ଡେଙ୍ଗୁ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ହେଲେ ଛାତ୍ର ମାନଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରୟାସ ବେଶ୍ ପ୍ରଶଂସନୀୟ ହୋଇଛି ।
;

Leave A Reply

Your email address will not be published.