ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଗୌରବାନ୍ୱିତ କରିଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ । ଶୁକ୍ରବାର ସିବିଏସ୍ଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ।
ପୂର୍ବ ବର୍ଷ ଭଳି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଦ୍ୱାଦଶ ଓ ଦଶମରେ ପ୍ରଥମ ସ୍ଥାନରେ ସଫଳତା ହାସଲ କରିଛନ୍ତି । ଶତ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୯୩ ପ୍ରତିଶତ ଛାତ୍ରଛାତ୍ରୀ ୭୫ ପ୍ରତିଶତ ମାର୍କ ରଖିଛନ୍ତି ।
ଯେତେବେଳେ କି ୪୫ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତ ମାର୍କ ରଖିଥିବା ବେଳେ ୨୦ ପ୍ରତିଶତ ଛାତ୍ରଛାତ୍ରୀ ୯୫ ପ୍ରତିଶତ ସ୍କୋର କରିଛନ୍ତି । ଏଥିସହ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଶୀର୍ଷରେ ରହିଛି । ବିଜ୍ଞାନରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠା ପାଲ୍ ୯୯.୬ ପ୍ରତିଶତ ମାର୍କ ରଖି ରାଜ୍ୟ ଟପ୍ପର ହୋଇଛନ୍ତି ।
ସେହିଭଳି ସିବିଏସ୍ଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତ ମାର୍କ ରଖିଥିବା ବେଳେ ୯୧ ପ୍ରତିଶତ ଛାତ୍ରଛାତ୍ରୀ ୭୫ ପ୍ରତିଶତ ମାର୍କ ରଖିଛନ୍ତି । ୫୦ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତ ସ୍କୋର କରିଥିବା ବେଳେ ୨୦ ପ୍ରତିଶତ ଛାତ୍ରଛାତ୍ରୀ ୯୫ ପ୍ରତିଶତ ମାର୍କ ରଖିଛନ୍ତି ।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା ନେଇ ଗ୍ରୁପ୍ ଅଧ୍ୟକ୍ଷ ଡକ୍ଟର ଶିଳ୍ପୀ ସାହୁ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ଚଳିତବର୍ଷର ଫଳାଫଳ ଅନୁଷ୍ଠାନ ପାଇଁ ଏକ ଗୌରବର ମୁହୂର୍ତ୍ତ । ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ, ଅଭିଭାବକଙ୍କ ଉତ୍ତମ ସମ୍ପର୍କ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ।
Comments are closed.