ବ୍ରହ୍ମପୁର:କଲେଜ ପରିଚୟପତ୍ର ଜାଲିଆତି କରିଥିବା ଜଣେ ଛାତ୍ରଙ୍କୁ ତାଗିଦ କରିବାରୁ ଅଧ୍ୟକ୍ଷାଙ୍କ କାରକୁ ପଥର ମାଡ ହୋଇଛି। ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ଏହି ଘଟଣା ଦେଖିବାକୁ ମିଳିଛି। ଘଟଣାକୁ ନେଇ କଲେଜ ଅଧ୍ୟକ୍ଷା ଡ. ପ୍ରମିଳା ଖାଡଙ୍ଗା ବଡ ବଜାର ଥାନାରେ ଏତଲା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର କଲେଜର ବାଣିଜ୍ୟ ବିଭାଗ ଦ୍ବିତୀୟ ବର୍ଷର ଜଣେ ଛାତ୍ର ନିଜ ପରିଚୟପତ୍ର ଜାଲିଆତି କରିଥିବା ଜଣାପଡ଼ିଥିଲା। ଫଳରେ ଅଧ୍ୟକ୍ଷା ତାଙ୍କୁ ତାଗିଦ୍ କରିବା ସହ ନିଜ ଅଭିଭାବକଙ୍କୁ କଲେଜକୁ ଡ଼ାକିବାକୁ କହିଥିଲେ। ଏହାପରେ ଛାତ୍ର ଜଣଙ୍କ ସେଠାରୁ ଚାଲି ଯାଇଥିଲେ। ହେଲେ ଅପରାହ୍ନରେ ଅଧ୍ୟକ୍ଷା ନିଜ କାରରେ କଲେଜରୁ ବାହାରୁଥିବା ବେଳେ ଛାତ୍ର ଜଣକ ତାଙ୍କ କାରକୁ ଏକ ପଥର ଫିଙ୍ଗିଥିଲେ। ଏଥିରେ କାରର ପଛପଟ କ୍ଷତିଗ୍ରସ୍ତ ହୋଇଥିଲା। ଅଧ୍ୟକ୍ଷାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
BREAKING NEWS
- ଅବସର ନିଷ୍ପତିରୁ ୟୁ ଟର୍ଣ୍ଣ ନେଲେ ଭିନେଶ ଫୋଗଟ
- Rajinikanth’s 75th Birthday: ୭୫ ବର୍ଷରେ ପାଦଥାପିଲେ ରଜନୀକାନ୍ତ, ଛୁଟୁଛି ଶୁଭେଚ୍ଛାର ସୁଅ
- ଅଷ୍ଟ୍ରେଲିଆ ଖେଳାଳିଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ବୈଭବ
- କଙ୍ଗୋର ଦକ୍ଷିଣ କିଭୁରେ ରୱାଣ୍ଡା-ସମର୍ଥିତ ଏମ୍୨୩ ବିଦ୍ରୋହୀମାନଙ୍କ ବଡ଼ ଆକ୍ରମଣ, ୪୦୦ରୁ ଉର୍ଦ୍ଧ୍ବ ନାଗରିକ ମୃତ
- ସୂର୍ଯ୍ୟକୁମାର, ଗିଲଙ୍କ ସପକ୍ଷରେ ବାହାରିଲେ ସହକାରୀ କୋଚ
- ୩ ବର୍ଷରେ କମାଲ କରୁଛନ୍ତି ଚେସ ବିସ୍ମୟ ସର୍ବଜ୍ଞ, ଫିଡେ ନିକଟରେ ଅଭିଯୋଗ
- Shivraj Patil passes away: ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ପରଲୋକ
- ସଂସଦରେ TMC ସାଂସଦ କରୁଛନ୍ତି ଧୂମପାନ, ଅଭିଯୋଗ ଆଣିଲେ ଅନୁରାଗ ଠାକୁର
- କଥା ହେଲେ ମୋଦି ଓ ଟ୍ରମ୍ପ, ବାଣିଜ୍ୟ ଚୁକ୍ତି ଉପରେ କଲେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
- first hydrogen-powered:ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ଜାହାଜ…
Comments are closed.