Latest Odisha News

ୱିପ୍ରୋ, ନେସଲେଠୁ ଧନୀ ତିରୁପତି ମନ୍ଦିର

ନୂଆଦିଲ୍ଲୀ: କମ୍ପାନୀ ଧନୀ ନା ମନ୍ଦିର ? ଏ ପ୍ରଶ୍ନ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ଆପଣ ବି ଭାବୁଥିବେ ଆମେ କାହିଁକି ଏ ପ୍ରଶ୍ନ ପଚାରୁଛୁ । ଭାରତରେ ଏଭଳି ମନ୍ଦିର ରହିଛି ଯାହାର ସମ୍ପତ୍ତି ବିଶ୍ୱର ବଡ଼ ବଡ଼ କମ୍ପାନୀ ଠାରୁ ଅଧିକ । ତିରୁପତିର ଭଗବାନ ଭେଙ୍କଟେଶ୍ୱର ମନ୍ଦିରର ସମ୍ପତ୍ତି ମୂଲ୍ୟ ୨.୫ ଲକ୍ଷ କୋଟି ଅର୍ଥାତ୍ ପ୍ରାୟ ୩୦ ଅରବ ଡଲାର ।

BjdElectrycity

ଯାହାକି ଆଇଟି କମ୍ପାନୀ ୱିପ୍ରୋ ଏବଂ ଖାଦ୍ୟ ବିତରଣ କମ୍ପାନୀ ନେସଲେ ଠୁ ଅଧିକ । ଖାଲି ଏହି ଦୁଇ କମ୍ପାନୀ କାହିଁକି ଓଏନଜିସି, ଇଣ୍ଡିଆନ୍ ଅଏଲର ବଜାର ପୁଞ୍ଜିଠୁ ବି ଅଧିକ ତିରୁପତି ମନ୍ଦିରର ସମ୍ପତ୍ତି । ଭଗବାନ ଭେଙ୍କଟେଶ୍ୱରଙ୍କୁ ସମର୍ପିତ ତିରୁପତି ମନ୍ଦିର ୧୯୩୩ରେ ସ୍ଥାପିତ କରିବା ପରେ ପ୍ରଥମଥର ପାଇଁ ତିରୁମାଳା ତିରୁପତି ଦେବସ୍ଥାନମ ସମ୍ପତ୍ତି ପରିମାଣ ଘୋଷଣା କରିଛି ।

ମନ୍ଦିରର ସମ୍ପତ୍ତି ହିସାବରେ ବ୍ୟାଙ୍କରେ ୧୦.୨୫ ଟନ୍ ସୁନା ଜମା ଥିବାବେଳେ ୨.୫ ଟନ୍ ସୁନା ଅଳଙ୍କାର, ୧୬ ହଜାର କୋଟି ଟଙ୍କା ବ୍ୟାଙ୍କ ଜମା ସହ ଦେଶରେ ୯୬୦ଟି ସ୍ଥାନରେ ସମ୍ପତ୍ତି ରହିଛି । ଯାହାର ମୋଟ ମୂଲ୍ୟ ୨.୫ ଲକ୍ଷ କୋଟି ଟଙ୍କା ହେବ ।

Leave A Reply

Your email address will not be published.