Latest Odisha News

BREAKING NEWS

ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ, ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ଡାକରା

ଝାରସୁଗୁଡା: ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ । ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଜିଲ୍ଲା ମାନ୍ୟତାକୁ ୩୧ ବର୍ଷ ପୁରିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟିଏ ସରକାରୀ କଲେଜଟିଏ ନାହିଁ ।

ଜିଲ୍ଲାର ଉପାନ୍ତ ଅଞ୍ଚଳ ଲଖନପୁର ବ୍ଲକରେ ଡିଗ୍ରୀ କଲେଜ ଖୋଳିବା, ସର୍ବପୁରାତନ ଲକ୍ଷ୍ମୀନାରାୟଣ କଲେଜକୁ ସରକାରୀ ଘୋଷଣା, ଇଂଜିନିୟରିଂ ସ୍କୁଲକୁ କଲେଜର ମାନ୍ୟତା ଭଳି ୭ ଦଫା ଦାବି ନେଇ ଛାତ୍ର ସାମୁଖ୍ୟ ପକ୍ଷରୁ ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦର ଆହ୍ୱାନ ଦିଆଯାଇଛି ।

ବନ୍ଦ ଡାକରାରେ ଜରୁରୀକାଳୀନ ସେବାଗୁଡିକୁ ବାଦ ଦିଆୟାଇଛି । ଅନ୍ୟପଟେ ବନ୍ଦର ପ୍ରଭାବରେ ଗାଡି ଚଳାଚଳ, ଦୋକାନ ବଜାର ଏବଂ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଛି ।

Leave A Reply

Your email address will not be published.