Latest Odisha News

୧୫ କିମି. ଚାଲି ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ଛାତ୍ରଛାତ୍ରୀ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ କେନ୍ଦୁଆ ନୋଡାଲ ହାଇସ୍କୁଲର ପ୍ରାୟ ୧୭ଜଣ ଛାତ୍ର ଗୁରୁବାର ଦିନ ପାଖାପାଖି ୧୩ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ପହଞ୍ଚିବା ଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଛାତ୍ରମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ପାଖାପାଖି ୧୩ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଯାଇଥିଲେ । କିିଛି ଛାତ୍ରୀମାନେ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ । ପିଲାଙ୍କୁ ଠିକ୍ ଭାବେ ଖାଇବାକୁ ଦିଆଯାଉ ନାହିଁ ଏପରିକି ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଯେପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗର ସଠିକ୍ ବିଚାର କରାନଯାଇଛି, ସେଯାଏଁ ଛାତ୍ରମାନେ ଶ୍ରେଣୀଗୃହକୁ ଯିବେ ନାହିଁ ବୋଲି ଦାବି କରିଛନ୍ତି । ଏନେଇ ଜିଲ୍ଲା ଅଧିକାରୀଙ୍କ ସହ କୌଣସି ସମ୍ପର୍କ ସ୍ଥାପନ ହୋଇପାରିନାହିଁ ।

Leave A Reply

Your email address will not be published.