ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା। ଉତ୍ତରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ବାଧ୍ୟତାମୂଳକ ହେଲା ‘ବନ୍ଦେ ମାତରମ୍’ ପାଠ କରିବା। ଗୋରଖପୁରରେ ଏକ ‘ଏକତା ଯାତ୍ରା’ (ଏକତା ମାର୍ଚ୍ଚ) କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆଜି ଏପରି ଘୋଷଣା କରିଛନ୍ତି।
ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ‘ବନ୍ଦେ ମାତରମ୍’କୁ ବିରୋଧ କରିବାର କୌଣସି ଅର୍ଥ ନାହିଁ। ଏହାକୁ ବିରୋଧ କରିବା ଭାରତର ବିଭାଜନ ପଛର ଏକ ବଡ଼ କାରଣ ଥିଲା। ତେଣୁ ଏବେ ଏହାକୁ ବିରୋଧ ନକରି ଏହି ନିୟମର ପାଳନ କରାଯିବା ଉଚିତ୍।
ସେ ଆହୁରି କହିଛନ୍ତି, “ଆମକୁ ଆମର ଆଲୋଚନାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସାମିଲ କରିବାକୁ ହେବ। ଆମେ ଉତ୍ତରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ‘ବନ୍ଦେ ମାତରମ୍’ ପାଠକୁ ବାଧ୍ୟତାମୂଳକ କରିବୁ ଯାହା ଦ୍ଵାରା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମନରେ ଭାରତ ମାତା ଏବଂ ମାତୃଭୂମି ପ୍ରତି ସମ୍ମାନ ଓ ଭକ୍ତିର ଭାବନା ବିକଶିତ ହେବ।”
Comments are closed.