Latest Odisha News

BREAKING NEWS

ସ୍କୁଲରେ ଶ୍ରମିକଙ୍କ ପରି କାମ କରୁଥିଲେ ଛାତ୍ର; ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା ଭିଡ଼ିଓ

ବ୍ରହ୍ମପୁର: ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଏକ ଘରୋଇ ସ୍କୁଲରେ ଛାତ୍ରମାନେ ଶ୍ରମିକଙ୍କ ପରି କାର୍ଯ୍ୟ କରୁଥିବା ଦୃଶ୍ୟର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡ଼ିଓରେ କିଛି ଛାତ୍ରମାନେ ଏକ ନିର୍ମାଣାଧୀନ ବିଲ୍ଡିଂ ପାଖରେ ଇଟା ବୋହୁଥିବାଥିବାର ଦୃଶ୍ୟ ରହିଛି । ପାଖରେ ଜଣେ ଶିକ୍ଷକ ଏକ କେନ୍ ଧରି ଛାତ୍ରମାନଙ୍କୁ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । କାମ କଲାବେଳେ କଥାବାର୍ତ୍ତା ନ’କରିବାକୁ ତାଗିଦ୍ କରୁଛନ୍ତି ଶିକ୍ଷକ ।

ଏହି ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରି ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ୟୁଜର୍ସ ଜଣକ ।

Leave A Reply

Your email address will not be published.