Latest Odisha News

BREAKING NEWS

ଆପଣ ବ୍ୟବହାର କରୁଥିବା ଅଟା ନକଲି ନୁହେଁ ତ, ଜାଣନ୍ତୁ ଏହି ସରଳ ଉପାୟରେ…

ଭୁବନେଶ୍ୱର: ଖାଦ୍ୟପଦାର୍ଥର ଶୁଦ୍ଧତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । କେଉଁଠି ଚାଉଳ ନକଲି, ଆଉ କେଉଁଠି ଅଣ୍ଡା ନକଲି । ବାରମ୍ବାର ଗଣମାଧ୍ୟମରେ ଖାଦ୍ୟର ଅଶୁଦ୍ଧତା ନେଇ ପ୍ରଶ୍ନ ଉଠୁଛି ।

ତେବେ ଏହା ମଧ୍ୟରେ ପ୍ରଶ୍ନ ଉଠୁଛୁ ଆମେ ଖାଉଥିବା ଏହି ଅଟା ଅସଲି କିମ୍ବା ନକଲି ଜାଣିବା କିପରି?

ଆଜି ଆମେ ଆପଣଙ୍କୁ ଜଣାଇବୁ କପରି ଆପଣ ଅଟାର ଶୁଦ୍ଧତାକୁ ଜାଣି ପାରିବେ ।

ଅଟାର ଶୁଦ୍ଧତାକୁ ପାଣି ଦ୍ୱାରା ମଧ୍ୟ ଚିହ୍ନିପାରିବେ । ଏକଗ୍ଲାସ ପାଣିରେ ଦୁଇ ଚାମଚ ଅଟା ପକାନ୍ତୁ । ଏଥିରେ ଯଦି କିଛି ଭାସିବାର ନଜର ଆସିଲା ଜାଣିନିଅନ୍ତୁ ଅଟାରେ କିଛି ମିଶାଯାଇଛି ।

ଗୋଟିଏ ଛୋଟ ଗିନାରେ ୨ ବଡ ଚାମଚ ଅଟା ପାଉଡର ନେଇ ସେଥିରେ ୩ ଚାମଚ ଲେମ୍ବୁରସ ପକାଇ ଗୋଳାନ୍ତୁ । ଯଦି ଏହି ପାଉଡରରୁ ଫୋଟକା କିମ୍ବା ବାମ୍ପ ବାହାରେ ତେବେ ଜାଣିନିଅନ୍ତୁ ଏହି ଅଟ ଶୁଦ୍ଧ ନୁହେଁ ।

ଚକ୍ ବା ଖଡିରେ କ୍ୟାଲସିୟମ୍ କାର୍ବୋନେଟ୍ ଥାଏ ଯାହା ଲେମ୍ବୁରସରେ ଥିବା ସାଇଟ୍ରିକ୍ ଏସିଡରେ ମିଶି ଏହି ଫୋଟକା ବାହାର କରିଥାଏ ।

ଯଦି ଆପଣ ବୈଜ୍ଞାନିକ ପଦ୍ଧତୀରେ ପରୀକ୍ଷା କରି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଏକ ଟେଷ୍ଟ୍ ଟ୍ୟୁବ୍ ନିଅନ୍ତୁ । ଏଥିରେ ଅଟାଗୁଣ୍ଡ କିଛି ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ପକାନ୍ତୁ । ଯଦି ଏଥିରେ ଛାଣିବା ପରି କିଛି ନଜର ଆସୁଛି ତେବେ ଏଥିରେ ଚକ୍ ମିଶିଛି ବୋଲି ଜାଣିନିଅନ୍ତୁ ।

Leave A Reply

Your email address will not be published.