Latest Odisha News

ଷ୍ଟଂଟ ପାଇଁ ଲୋକପ୍ରିୟ ହୋଇଥିଲେ, ୬୮ ମହଲାରୁ ପଡି ଗଲା ଜୀବନ

ଭିକ୍ଟୋରିୟା: ରେମି ବ୍ଲୁୟୋସିଡିଙ୍କୁ କିଏ ବା ନ ଜାରେ । ଡେଭାର ଡେଭିଲ୍ସ ଷ୍ଟଂଟ ପାଇଁ ସେ ସାରା ବିଶ୍ୱରେ ପରିଚିତ ହୋଇ ପଡିଥିଲେ । ତେବେ ଏହି ଷ୍ଟଂଟ ଶେଷରେ ତାଙ୍କ ଜୀବନ ନେଇଛି । ୩୦ ବର୍ଷୀୟ ଏହି ଫ୍ରାନ୍ସିସ ଡେୟାରଡେଭିଲ ବ୍ୟକ୍ତି ଜଣଙ୍କ ହଂକଂର ଏକ ୬୮ ମହଲା ବିଲ୍ଡିଂରୁ ପଡି ମୃତ୍ୟୁବରଣ କରିଛନ୍ତି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ ରେମି ଟେଗୁଂଟର ଟାୱାର କମ୍ପେ୍ଲକ୍ସ ଉପରେ ଷ୍ଟଂଟ ଦେଖାଇବା ପାଇଁ ଚଢ଼ିଥିଲେ । ମାତ୍ର ଗୋଡ ଖସିଯିବା କାରଣରୁ ତାଙ୍କୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସନ୍ଧ୍ୟା ୬ଟା ବେଳେ ସେ ସୁରକ୍ଷାକର୍ମୀଙ୍କୁ ୪୦ତମ ମହଲାରେ ଥିବା ବନ୍ଧୁଙ୍କ ସହ ଦେଖା କରିବା ପାଇଁ ଯାଉଛନ୍ତି ବୋଲି କହିଥିଲେ । ସିକ୍ୟୁରିଟି ଜଣଙ୍କ ତାଙ୍କ ବନ୍ଧୁଙ୍କ ଫୋନ କରିବା ପରେ ସେ ରେମିଙ୍କୁ ଜାଣି ନ ଥିବା କହିଥିଲେ । ମାତ୍ର ଏହା ମଧ୍ୟରେ ସେ ଲିଫ୍ଟରେ ଉପରକୁ ପଳାଇ ଯାଇଥିଲେ ।

୭ଟା୩୮ରେ ସେ ସନ୍ତୁଳନ ହରାଇବା ପରେ ପେଂଟହାଉସର ଝରକା ପାଖରେ ସାହାଯ୍ୟ ପାଇଁ ଠକ ଠକ କରିଥିଲେ । ମାତ୍ର ଦୁଃଖର କଥା କାର୍ଯ୍ୟ କାରୁଥିବା ଷ୍ଟାଫ ଜଣଙ୍କ ପୋଲିସକୁ ଫୋନ କରିଥିଲେ । ପୋଲିସ ଆସିବା ଭିତରେ ରେମି ତଳେ ପଡି ଯାଇଥିଲେ । ମୃତ୍ୟୁର କିଛି ସମୟ ପୂର୍ବରୁ ସେ ହଂକଂର କ୍ଷିତିଜର ଏକ ଫଟୋ ଶେୟାର କରିଥିଲେ । ପୋଲିସ ଏବେ ଏହାର ତଦନ୍ତ କରୁଛି । ବହୁତ କମ ଦିନରେ ରେମି ତାଙ୍କ ଷ୍ଟଂଟ ବଳରେ ସୋସିଆଲ ମିଡିଆରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ ।

Comments are closed.