Latest Odisha News

BREAKING NEWS

ପାଣି ଭିତରେ ଡ଼ମ୍ବଲ ଉଠାଇ ବ୍ୟାୟାମ କଲେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ପାଣି ଭିତରେ ଷ୍ଟଣ୍ଟ୍ କରିବା ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ଆଉ ପାଣି ଭିତରେ ବ୍ୟାୟାମ କରିବା ଦେଖିଛନ୍ତି ? ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ପାଣି ଭିତରେ ବ୍ୟାୟାମ କରି ଚର୍ଚ୍ଚାକୁ ଆସିଛନ୍ତି ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଅନେକଙ୍କ ଟ୍ୟାଲେଣ୍ଟ ଦର୍ଶାଇବାର ମାର୍ଗ ସାଜିଛି । ତେବେ ନିକଟରେ ଜଣେ ମହିଳା ତାଙ୍କ ସୁଇମିଂ ଟ୍ୟାଲେଣ୍ଟ ଦେଖାଇଛନ୍ତି । ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ଏକ ସୁଇମିଂ ପୁଲ୍ ଭିତରକୁ ଯାଉଛନ୍ତି । ତା’ ଭିତରେ ସେ ଓଜନଦାର ଡମ୍ବଲକୁ ଉଠାଇ ବ୍ୟାୟାମ କରୁଛନ୍ତି । ଏଥିସହିତ ଡମ୍ବଲକୁ ଧରି ପାଣି ଭିତରେ ଦୌଡୁଥିବା ମଧ୍ୟ ଦେଖିବାକୁ ମିଳିଛି । ସେ ଏହିସବୁ କାର୍ଯ୍ୟ ପାଣି ଭିତରେ ରହି କରୁଛନ୍ତି, ଯାହା ଅତି କଷ୍ଟକର । ଏଥିପାଇଁ ସେ ଅମ୍ଳଜାନ ପାଇପ ମଧ୍ୟ ବ୍ୟବହାର କରି ନାହାନ୍ତି । ୧ ମିନିଟ୍ ୧୭ ସେକେଣ୍ଡର ଏହି ଭିଡିଓ ଦେଖିବାକୁ ମିଳିଛି । ପାଣି ଭିତରେ ତାଙ୍କ ଏପରି ଷ୍ଟଣ୍ଟଣ୍ଟ ଲୋକଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି ।

Comments are closed.