Latest Odisha News

BREAKING NEWS

ସାଉଥ ଆଫ୍ରିକା ଆଗରେ ଭାରତ ଟାର୍ଗେଟ ଦେଲା ୨୩୮ ରନ

ଗୈାହାଟି: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩ ଉଇକେଟ ହରାଇ ୨୩୭ ରନ କରିଛି। ସାଉଥ ଆଫ୍ରିକା ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରୋହିତ ଶର୍ମା ଏବଂ କେଏଲ ରାହୁଲ ପ୍ରଥମରୁ ଜବରଦସ୍ତ ବ୍ୟାଟିଂ କରିଥିଲେ । କେଏଲ ରାହୁଲ ୫୭ ରନ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ୪୩ ରନ କରି ଆଉଟ ହୋଇଥିଲେ ।

ପରେ ସୂର୍ଯ୍ୟକୁମାର ଯାଦବ ଧୂଆଁଧାର ବ୍ୟାଟିଂ କରି ୨୨ ବଲରେ ୬୧ ରନ୍ କରିଥିଲେ । କୋହଲି ୪୯ ରନ ଏବଂ କାର୍ତ୍ତିକ ୧୭ ରନ କରି ଅପରାଜିତ ରହିଥିଲେ ।

ଓପନର କେଏଲ ରାହୁଲଙ୍କ ଅର୍ଦ୍ଧଶତକୀୟ ପାରି ଖେଳି ଫର୍ମକୁ ଫେରିବାର ସୂଚନା ଦେଇଥିବା ବେଳେ ସୂର‌୍ୟ୍ୟକୁମାର ଯାଦବଙ୍କ ବ୍ୟାଟିଂ ଆଜି ପୁଣି ମୁଖ୍ୟ ଆକର୍ଷଣ ରହିଥିଲା । ଆଗକୁ ବିଶ୍ୱକପ୍ ଥିବାରୁ ଦିନେଶ କାର୍ତ୍ତିକ ଏବଂ ବିରାଟ କୋହଲି ଆଜି ମଧ୍ୟ ଭଲ ବ୍ୟାଟିଂ କରିଥିଲେ ।
ବୋଲିଂ ବିଭାଗରେ ଫେଲ୍ ହୋଇଛି ଆଜି ଦକ୍ଷିଣ ଆଫ୍ରିକା

Comments are closed.