Latest Odisha News

BREAKING NEWS

ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ :  ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ବେଶ୍ ଚର୍ଚ୍ଚାରେ ରହିଆସିଛି । ତେବେ ଆଜି ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।  ତେବେ ପତ୍ନୀ ବର୍ଷାଙ୍କ ଘର ଛାଡ଼ିବା ପରେ ମଧ୍ୟ ଅନୁଭବ ମହାନ୍ତି ଘରକୁ ପ୍ରବେଶ କରିନାହାନ୍ତି ।

ଘରର ଯାଞ୍ଚ ପାଇଁ ସେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ପୋଲିସ ଉପସ୍ଥିତିରେ ଘର ଯାଞ୍ଚ ପାଇଁ ଲିଖିତ ଭାବେ ଜଣାଇଛନ୍ତି ଅଭିନେତା ଅନୁଭବ ମହାନ୍ତି । ଅକ୍ଟୋବର ୩୦ ତାରିଖ ସୁଦ୍ଧା  ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୈତୃକ ଘର ଛାଡ଼ିବା ନେଇ ଜିଲ୍ଲା ଦୌରାଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଦିନ ଏହି ସମୟସୀମା ପୂରଣ ହୋଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେହିପରି ବର୍ଷାଙ୍କ ରହଣି ପାଇଁ ଅନୁଭବ ବ୍ୟବସ୍ଥା କରିବେ ବୋଲି କୋର୍ଟ ନିର୍ଦ୍ଦେଶ  ଦେଇଥିଲେ । ବର୍ଷାଙ୍କ ବିକଳ୍ପ ରହଣୀ ବାବଦକୁ ଅନୁଭବ ମହାନ୍ତି ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବେ। ଏହି ଟଙ୍କା ସେ ପ୍ରତିମାସର ୧୦ ତାରିଖ ବା ତା’ପୂର୍ବରୁ ଦେବାକୁ ପଡିବ ବୋଲି  କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ  । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ବର୍ଷା ଘର ଛାଡିଛନ୍ତି । ତେବେ କୋର୍ଟରେ ଚାଲିଥିବା ସ୍ୱାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦରେ ଅନୁଭବଙ୍କୁ ବଡ ଆଶ୍ବସ୍ତି ମିଳିଛି । କାରଣ ସେ ଦୀର୍ଘଦିନ ହେଲା ଚାହୁଁଥିଲେ ଯେ, ତାଙ୍କ ପତ୍ନୀ ଶାଶୂ ଘର ଛାଡନ୍ତୁ ।

ଏହି ଷ୍ଟାର ଦମ୍ପତିଙ୍କ କଳି ଦୀର୍ଘ ଦିନ ହେଲାଣି ବେଶ୍ ଚର୍ଚ୍ଚାରେ ରହିଆସିଛି  ।  ପୂର୍ବରୁ ସେପ୍ଟେମ୍ବର ୨୭ ତାରିଖରେ ଫ୍ୟାମିଲ କୋର୍ଟ ଉଭୟଙ୍କର କାଉନସେଲିଂ ହୋଇଥିଲା । ଉଭୟ ବ୍ୟକ୍ତିଗତ ଭାବେ ହାଜର ହୋଇ ବିଚାରପତିଙ୍କ ନିକଟରେ ନିଜ ମତ ରଖିଥିଲେ। ଉଭୟଙ୍କର କାଉନସେଲିଂ ହୋଇଥିଲେ ମଧ୍ୟ ସମାଧାନ ହୋଇନଥିଲା । ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳି ନଥିଲା । ତେବେ ଆଗାମି ଦିନରେ ଏହି ବିବାହ ବିଚ୍ଛେଦ ମାମଲାର ଶୁଣାଣି ପ୍ରକ୍ରିୟା ହେବକୁ ଥିବା ବେଳେ ଫ୍ୟମିଲ କୋର୍ଟଙ୍କ ରାୟ କଣ ଆସୁଛି ତାହା ଦେଖିବାକୁ ବାକି ରହିଲା  ।

 

 

Leave A Reply

Your email address will not be published.