Latest Odisha News

BREAKING NEWS

ପାଟକୁରା ବିଧାନସଭା ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ଆରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ପାଖାପାଖି ୩୦୯ ବୁଥକେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି।

ଏହି ଭୋଟଗ୍ରହଣ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଅନୁଷ୍ଠିତ ହେବାକୁ ଥିବାବେଳେ ଉକ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଇଭିଏମରେ ବହୁ ହେଭିୱେଟ ନେତାଙ୍କର ଭାଗ୍ୟ ପରୀକ୍ଷା ହେଉଥିବାବେଳେ କାହା କପାଳରେ ଶିକା ଛିଡିବ ତାହା ଭୋଟ ଗଣତି ଫଳାଫଳ ହିଁ କହିବ ।

ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ଏହି ନିର୍ବାଚନରେ ପ୍ରାୟ ୨ ଲକ୍ଷ ୩୭ ହଜାର ୫୯୯ ଜଣ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଥିବାବେଳେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ତେବେ ସମ୍ବେଦନଶୀଳ ବୁଥ୍ ସହିତ ସମସ୍ତ ଭୋଟିଂ କେନ୍ଦ୍ରରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆସନ୍ତା ୨୪ ତାରିଖରେ ଭୋଟ ଗଣତି କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.