Latest Odisha News

ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା, ଟଳି ପଡ଼ିଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ିଗଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଜଣକ ହେଉଛନ୍ତି ଜଗନ୍ନାଥ ମେକାପ।

ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଜଗନ୍ନାଥ ମେକାପଙ୍କ ଘର ଦୋଳମଣ୍ଡପ ସାହିରେ ଥିବା ଜଣାପଡିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।

Comments are closed.