Latest Odisha News

କରୋନା ବିରୋଧୀ ଯୁଦ୍ଧ: ସାଇକେଲରେ ବୁଲି ଲୋକଙ୍କୁ ସଚେତନ କରାଇଲେ ଉପଜିଲ୍ଲାପାଳ

ପଦ୍ମପୁର: ଦିନକୁ ଦିନ ବଢିବାରେ ଲାଗିଛି କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ବିସ୍ତାରରେ ଅଙ୍କୁଶ ଲଗାଇବା ପାଇଁ ସାରା ଭାରତରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ । ଯେହେତୁ ଏଯାଏଁ କରୋନା ପାଇଁ କୌଣସି ପ୍ରତିଷେଧକ ବାହାରି ନାହିଁ ତେଣୁ କେବଳ ସଚେତନତା ହିଁ ଏକମାତ୍ର ବିକଳ୍ପ ।

ଘରୁ ବାହରକୁ ଯଦି ଆମେ କୌଣସି ଜରୁରୀ କାମରେ ବାହାରୁଛନ୍ତି ତେବେ ମୁହଁକୁ ମାକ୍ସ କିମ୍ବା ରୁମାଲରେ ଘୋଡେଇବା ନିହାତି ଦରକାର ତା ସହିତ ସାମାଜିକ ଦୂରତ୍ବ ବଜାଇ ରଖିବା ମଧ୍ୟ ନିହାତି ଦରକାର ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ସ୍ଥାନରେ ତାଲାବନ୍ଦକୁ କୋହଳ କରାଯାଇଥିବା ବେଳେ କିଛି ସ୍ଥାନରେ ଲୋକମାନେ ଏହାର ନିୟମକୁ ପାଳନ କରୁ ନାଥିବା ଦେଖା ଯାଉଛି।

ତେବେ ଏହି କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ଜଣେ ବ୍ୟକ୍ତିବିଶେଷଙ୍କ କାମ ଲୋକଲୋଚନକୁ ଆସିଛି ।

ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ସାଇକେଲରେ ସହରର ବିଭିନ୍ନ ଛକକୁ ଯାଇ ସେଠାକାର ଜନସାଧାରଣ ତଥା ଦୋକାନୀ ମାନଙ୍କୁ ସଚେତନ କରାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଲୋକଙ୍କୁ ମାକ୍ସି ପିନ୍ଧିବା ତଥା ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ବୁଝାଇଛନ୍ତି ଉପଜିଲ୍ଲାପାଳ । ଏହା ସହ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ମଧ୍ୟ ତଦାରଖ କରିଛନ୍ତି । ଏହି ସଙ୍କଟ ସମୟରେ ଲୋକଙ୍କୁ ସଚେତନତା କରିବା ଦିଗରେ ଉପଜିଲ୍ଲାପାଳଙ୍କ ଏହି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

Comments are closed.