ଖଲିକୋଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଲେ ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ବାଥଁ। ତାଙ୍କଠାରୁ ଭିଜିଲାନସ ଟିମ କେମିକାଲ ବୋଳା ଟଙ୍କା ଜବତ କରିବା ସହ ଅଧିକାରୀଙ୍କୁ ହେପାଜତକୁ ନେଇଛି ।
ସୂଚନା ଅନୁସାରେ, ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ଗୁରାପଲ୍ଲୀ ଗ୍ରାମର ଭୁବନ ପାତ୍ର ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷରୁ ଦୁଇଟି ଏତଲା ଆଧାରରେ ମାମଲା ରୁଜୁ ହୋଇଥିଲା। ଗିରଫଦାରୀ ଏଡାଇବା ଓ ୪୧ ସିଆର୍ପିସିରେ ନୋଟିସ୍ କରି ଭୁବନଙ୍କୁ ଛାଡ଼ିବା ପାଇଁ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଦେବା ପାଇଁ ଭୁବନ ରାଜି ହୋଇଥିଲେ ଏବଂ ମଙ୍ଗଳବାର ସନ୍ଧ୍ୟାରେ ଟଙ୍କା ଦେବାକୁ ଜଣାଇଥିଲେ।
ଏ ସଂକ୍ରାନ୍ତରେ ଭୁବନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮.୩୦ରେ ଭୁବନ ଭେଜିପୁଟ ଫାଣ୍ଡି ପହଞ୍ଚି ଲାଞ୍ଚ ଟଙ୍କା ଏସ୍ଆଇ ସନ୍ତୋଷଙ୍କୁ ଦେଇଥିଲେ । ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢଉ କରି ସନ୍ତୋଷଙ୍କ ଠାରୁ କେମିକାଲ୍ ବୋଳା ଲାଞ୍ଚ ଟଙ୍କା ଜବତ କରିବା ସହ ହେପାଜତକୁ ନେଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ଭେଜିପୁଟ ଫାଣ୍ଡି ଓ ସନ୍ତୋଷ ରହୁଥିବା ଘରେ ଛାନଭିନ୍ ଚଳାଇଥିବା ଜଣାଯାଇଛି ।
Comments are closed.